କେବେ ଖାଇଛନ୍ତି କି ପାଳଙ୍ଗ-ପୋଦିନାରେ ପ୍ରସ୍ତୁତ ସେଉ, ଏପରି ସହଜରେ କରନ୍ତୁ ପ୍ରସ୍ତୁତ

ଆଜିକାଲି ବଡ ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ଫାଷ୍ଟଫୁଡ୍‌ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଯେଉଁଥିରେ ପିଜ୍ଜା, ବର୍ଗର ଏବଂ ଚିପ୍ସ ଭଳି ଖାଦ୍ୟ ପଦାର୍ଥ ସାମିଲ ରହିଛି। ଏହି ସବୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଦେହ ଖରାପ କରିନଥାଏ ବରଂ ଶାରୀରିକ ଏବଂ ମାନସିକ ବିକାଶରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ତେଣୁ ଆଜି ଆପଣଙ୍କ ପାଇଁ ଏକ ବଢ଼ିଆ ସହଜ ରେସିପି ନେଇ ଆସିଛୁ, ଯାହା ପାଳଙ୍ଗ ପୋଦିନା ରେ ତିଆରି ହୋଇଥାଏ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨ କପ୍‌ – ପାଳଙ୍ଗ
  • ୧/୨ କପ୍‌ – ପୋଦିନା ପତ୍ର
  • ୩ଟି – କଞ୍ଚା ଲଙ୍କା
  • ୧ ଇଞ୍ଚ – ଅଦା
  • ୧ କପ୍‌ –ବେସନ
  • ୧/୪ କପ୍‌ – ଚାଉଳ ଗୁଣ୍ଡ
  • ୧ ଚାମଚ – ଚାଟ ମସଲା
  • ୧ ଚାମଚ୍‌ – ଲାଲ ଲଙ୍କା
  • ଲୁଣ – ସ୍ୱାଦାନୁସାରେ
  • ଆବଶ୍ୟକ ଅନୁସାରେ ତେଲ

ପ୍ରସ୍ତୁତି ପ୍ରଣାଳୀ

ପାଳଙ୍ଗ ପୋଦିନା ସେଉ ବନାଇବା ପାଇଁ ସର୍ବପ୍ରଥମେ ଆପଣ ପାଳଙ୍ଗ ଏବଂ ପୋଦିନା ପତ୍ରକୁ ଧୋଇ କାଟି ଦିଅନ୍ତୁ। ଏହାପରେ ଗ୍ରାଇଣ୍ଡରରେ ପାଳଙ୍ଗ, ପୋଦିନା, କଞ୍ଚା ଲଙ୍କା, ଅଦା ଏବଂ ଲୁଣ ପକାଇ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବଂ ଏକ ସ୍ମଥ୍‌ ପେଷ୍ଟ ପ୍ରସ୍ତୁତ କରନ୍ତୁ।

ଏବେ ଅଲଗା ଏକ ପାତ୍ରରେ ବେସନ, ଚାଉଳ ଅଟା ଆଦି ସମସ୍ତ ସାମଗ୍ରୀକୁ ପକାନ୍ତୁ। ଏବଂ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ଧୀରେ ଧୀରେ ପାଳଙ୍ଗ ମିଶ୍ରଣକୁ ପକାନ୍ତୁ ଏବଂ ଏ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ।

ଏହାସହିତ ସେଓ ବନାଇବା ପାଇଁ ସେଓ ମେସିନ ବା ଛାଞ୍ଚରେ ତେଲ ଲଗାଇ ଦିଅନ୍ତୁ। ଯେମିତି ସେଓର ମିଶ୍ରଣ ସେଥିରେ ଲାଗିବନି। ଏବେ ଏକ କଡାରେ ତେଲ ଗରମ କରି ଛାଞ୍ଚ ଦ୍ୱାରା ମିଶ୍ରଣକୁ ଧୀରେ ଧୀରେ ପକାଇ ସେଓକୁ ଭଲଭାବେ ଫ୍ରାଏ କରିଦିଅନ୍ତୁ। ଆପଣଙ୍କ ପାଳଙ୍ଗ ଏବଂ ପୋଦିନା ସେଉ ଏବେ ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ସନ୍ଧ୍ୟାବେଳେ ଚା ସହିତ ପରିବାର ଲୋକଙ୍କୁ ଦେଇପାରିବେ ଏବଂ ସକାଳର ଟିଫିନରେ ବି ଏହାକୁ ସର୍ଭ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.