Below header

ବିଧାନସଭା ପ୍ରଶ୍ନକାଳରେ 5Tକୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି

ଭୁବନେଶ୍ବର: ବିଧାନସଭା ପ୍ରଶ୍ନକାଳରେ 5Tକୁ ପ୍ରଶଂସା। ଏହି ବ୍ୟବସ୍ଥା ଲାଗୁ ହେବା ପରେ ମେଡିକାଲରେ ସୁଧାର ଆସିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଫାଇଭ ଟି ସଚିବଙ୍କୁ ଧନ୍ଯବାଦ ଜଣାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। 5T ଟିମ୍‌ ବୁଲିବା ଦରକାର। ଯେଉଁଥିରୁ ଆମେମାନେ ଉପକୃତ ହେଉଛି ବୋଲି ତାରାପ୍ରସାଦ ବାହିନୀପତି କହିଛନ୍ତି।

ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ତାରା ବାହିନୀପତିଙ୍କୁ ପ୍ରଶଂସା କରିଛନ୍ତି। ରାଜ୍ୟ ସରକାରଙ୍କ 5Tକୁ ନୀତି ଆୟୋଗ ପ୍ରଶଂସା କରିଥିଲେ। ପ୍ରଶାସନରେ ସ୍ୱଚ୍ଛତା ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଟ୍ରାନ୍‌ସଫର୍ମେସନ, ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନ୍‌ସପରେନ୍‌ସି ଓ ଟାଇମଲାଇନକୁ ଦେଶର ସର୍ବୋଚ୍ଚ ଯୋଜନା ପ୍ରସ୍ତୁତକାରୀ ସଂସ୍ଥା ନୀତି ଆୟୋଗ ପ୍ରଶଂସା କରିଥିଲେ। 5T କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପରିବର୍ତ୍ତନ ଆସିଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.