ଗଂଜାମ ଜିଲ୍ଲା ମାଆ ତାରାତାରିଣୀ ପୀଠର ସେବାୟତ ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଛନ୍ତି ସମ୍ବର୍ଦ୍ଧନା

କେନ୍ୟୁଜ୍(ବ୍ୟୁରୋ): ଗଂଜାମ ଜିଲ୍ଲା ମାଆ ତାରାତାରିଣୀ ପୀଠର ସେବାୟତ ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଛନ୍ତି । ତାରାତାରିଣୀ ମନ୍ଦିର ଏକ ପ୍ରାଚୀନ ଶକ୍ତି ପୀଠ । ଏହାର ପୁନର୍ବିକାଶ ଯୋଜନାକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଠିକ୍‌ ସମୟରେ କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ତାରା ତାରିଣୀ ମନ୍ଦିରର ସିଂହଦ୍ୱାର ପ୍ରବେଶ ପଥ, ପାଥ୍‌ ୱେ, ପାନୀୟ ଜଳ ସୁବିଧା, ପ୍ରସାଦ ସେବନ ମଣ୍ଡପ, ଇଣ୍ଟରପ୍ରିଟେସନ୍‌ ସେଣ୍ଟର, ଲଣ୍ଡା ହେବା କୋଠା, ଶୌଚାଳୟ ଆଦିର ପୁନର୍ବିକାଶ ହେବ। ତାରା ତାରିଣୀ ପୀଠର ବିକାଶ ପାଇଁ ତିଆରି ହୋଇଛି ମାଷ୍ଟର ପ୍ଲାନ୍‌ । ମେଡିଟେସନ ହଲ୍‌ ସହ ମନ୍ଦିର ପଛପାଖ ପାହାଡ ଶୀର୍ଷରେ ଏକ ଭ୍ୟୁ ପଏଣ୍ଟ ନିର୍ମାଣ କରାଯିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.