ନିର୍ଭୟା ଅଭିଯୁକ୍ତ ରହୁଥିବା ତିହାର ଜେଲରେ ବିଚାରଧୀନ କଏଦୀର ଅତ୍ମହତ୍ୟା, କାରଣ ଅସ୍ପଷ୍ଟ

ଦିଲ୍ଲୀ:ତିହାର ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ । ଆଜି ସକାଳୁ କଏଦୀ ଜଣକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଜଣା  ପଡିଛି। ମୃତ କଏଦୀର ନାମ ଗଗନ ଓ ତାର ବୟସ ୨୧ ବୋଲି ସୂଚନା ମିଳିଛି। ତିହାର ଜେଲର ସେଲ ନମ୍ବର ୩ରେ ବନ୍ଦୀ ଥିଲା ଗଗନ। ଏକ ଚୋରି ଘଟଣାରେ ଗିରଫ କରି ଜେଲରେ ଭର୍ତ୍ତି କରିଥିଲା ଦିଲ୍ଲୀ ପୋଲିସ। ତିହାର ଜେଲ କର୍ତ୍ତୃପକ୍ଷଙ୍କ କହିବା ମୁତାବକ ଗଗନ ନାଁରେ ୪ଟି ମାମଲା ଥିଲା। କିନ୍ତୁ ପୋଲିସ ତରଫରୁ ଗଗନ ନାଁରେ କେତୋଟି ମାମଲା ଥିଲା କିଛି ସ୍ପଷ୍ଟ ହୋଇପାରିନାହିଁ।

ଆଜି ସକାଳ ୧୦ଟାରେ ଶୌଚ ବାହାନାରେ ଯାଇ ସେଠାରେ ଆତ୍ମହତ୍ୟା କରିଥିଲା ଗଗନ। ପରେ ଜେଲ କର୍ମଚାରୀ ତାକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଜେଲରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.