ଯାଜପୁର: ବୁଲିଲା ବୁଲଡୋଜର, ମାଟିରେ ମିଶିଲା ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ

ଯାଜପୁର(କେନ୍ୟୁଜ୍):  ବୁଲିଲା ବୁଲଡୋଜର । ମାଟିରେ ମିଶିଲା ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ । ଆଜି କଡ଼ା ସୁରକ୍ଷା ମଧ୍ୟରେ ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଛି । ଯାଜପୁର ପୋଲିସ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଗେଷ୍ଟ ହାଉସକୁ ଭଙ୍ଗା ଯାଇଥିଲା । ସରକାରୀ ଜମିରେ ଗଢ଼ି ଉଠିଥିବା ଏହି ଗେଷ୍ଟ ହାଉସକୁ ଉଚ୍ଛେଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ନୋଟିସ ଜାରି କରାଯାଇଥିଲା ।

demolish of jajpur

ଆଜି ସକାଳୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ରୂପେଶଙ୍କ ପତ୍ନୀ ତଥା ସରପଞ୍ଚ ମଧୁସ୍ମିତା ଭଦ୍ର ଓ ତାଙ୍କର ସମର୍ଥକମାନେ ବିରୋଧ କରିଥିଲେ । ତେବେ ପୋଲିସ ସେମାନଙ୍କୁ ହଟାଇଦେଇଥିଲା । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ପରେ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ ଚର୍ଚ୍ଚାକୁ ଆସିଥିଲା । ଏହି ଘଟଣା ପରେ ରଙ୍ଗଶାଳାକୁ ସିଲ୍‌ କରାଯିବା ସହ ୧୪୪ ଧାରା ଜାରି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.