Below header

ଟ୍ଯାକ୍ସି ଡ୍ରାଇଭର ଡେଥ ମିଷ୍ଟ୍ରି: ୨ ଅଭିଯୁକ୍ତ ଗିରଫ, ଆଜି କରିବେ ସିନ ରିକ୍ରିଏସନ

ଖୋଲିବ ଟ୍ୟାକ୍ସି ଡ୍ରାଇଭର ଭଗବାନ ବଇରିରଞ୍ଜନଙ୍କ ଡେଥ୍‌ ମିଷ୍ଟ୍ରି। ଘଟଣାରେ କଟକରୁ ଗିରଫ ହେଲେ ଦୁଇ ଅଭିଯୁକ୍ତ । ଆଜି ଦୁଇ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିବ ପୋଲିସ।

ଆନନ୍ଦପୁର (କେନ୍ୟୁଜ): ଖୋଲିବ ଟ୍ୟାକ୍ସି ଡ୍ରାଇଭର ଭଗବାନ ବଇରିରଞ୍ଜନଙ୍କ ଡେଥ୍‌ ମିଷ୍ଟ୍ରି। ଘଟଣାରେ କଟକରୁ ଗିରଫ ହେଲେ ଦୁଇ ଅଭିଯୁକ୍ତ । ଜଣଙ୍କ ଘର ରାମଚନ୍ଦ୍ରପୁର ଥାନା ବାତୋ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣକ ନିଆଳି ପତ୍ରକଣ ଅଞ୍ଚଳର। ବିଭିନ୍ନ ଦିଗକୁ ନେଇ ଘଷିପୁରା ପୋଲିସ କଟକ ମାଲଗୋଦାମ ପୋଲିସ ସହାୟତାରେ ତଦନ୍ତ ଚଳାଇଛି।

ଟ୍ୟାକ୍ସି ଭଡ଼ା ଟଙ୍କାକୁ ନେଇ ବଚସା ହେବା ପରେ ବୈରୀଗଞ୍ଜନଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଉଭୟଙ୍କୁ ଘଷିପୁରା ଥାନାରେ ଚାଲିଛି ପଚରାଉଚରା। ଆଜି ଦୁଇ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିବ ପୋଲିସ। କଟକ କଲେଜ ଛକ ଟ୍ୟାକ୍ସି ଷ୍ଟାଣ୍ଡରୁ ଗତ ମାସ ୨୪ ତାରିଖ ରାତିରେ ଦୁଇ ଯୁବକ ଓ ଜଣେ ଯୁବତୀ କଟକ କଲେଜ ଛକରୁ ମୃତ ଡ୍ରାଇଭର ଭଗବାନ ବୈରିଗଞ୍ଜନଙ୍କୁ କାର ଭଡା ନେଇ ଯାଇଥିଲେ ।

୨୮ ତାରିଖରେ ଘଷିପୁରା ଥାନାର ଦରଖଳି ଜଙ୍ଗଲରୁ ତାଙ୍କ ଗଳିତ ମୃତଦେହ ମିଳିଥିଲା । ସେହିପରି ନିଆଳି ଅଞ୍ଚଳରୁ କାର ଠାବ ହୋଇଥିଲା । ଭଗବାନଙ୍କ ଘର ପୁରୀ ଜିଲ୍ଲା କଣାସର ଛୋଟିପୋଡ଼ିରେ । ପୂର୍ବେ ଏକ ସଙ୍ଗୀନ ମାମଲାରେ ସେ ମୁଖ୍ୟ ସାକ୍ଷୀ ଥିଲେ । ସେହି କାରଣରୁ ବାପାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକ । ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.