ଇଞ୍ଜିନ୍‌ ଅଚଳ: ଅଢେଇ ଘଣ୍ଟା ବିଳମ୍ବରେ ଗଡ଼ିଲା ନୟାଗଡ଼-ଭୁବନେଶ୍ୱର ଟ୍ରେନ୍‌

ନୟାଗଡ଼ରେ ଟ୍ରେନ୍‌ ଇଞ୍ଜିନ ଗଡ଼ିଲାନି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ନୟାଗଡ଼ରୁ ଭୁବନେଶ୍ଵର ଯାଉଥିବା ଟ୍ରେନ୍‌ର ଇଞ୍ଜିନ ବାରମ୍ବାର ଅଚଳ ହେଉଥିବା ବେଳେ ଆଜି ସାଂଘାତିକ ସମସ୍ୟା ସୃଷ୍ଟି ହୋଇଛି ।

ନୟାଗଡ଼ (କେନ୍ୟୁଜ): ଏବେ ଯେମିତି ଟ୍ରେନ୍‌ ଉପରେ ପଡ଼ିଛି ଶନିଦଶା। ଅଢେଇ ଘଣ୍ଟା ବିଳମ୍ବରେ ଗଡ଼ିଲା ନୟାଗଡ଼-ଭୁବନେଶ୍ୱର ଟ୍ରେନ୍‌ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ସୂଚନା ଯୋଗ୍ୟ ଯେ ନୟାଗଡ଼ରୁ ଭୁବନେଶ୍ଵର ଯାଉଥିବା ଟ୍ରେନ୍‌ର ଇଞ୍ଜିନ ବାରମ୍ବାର ଅଚଳ ହେଉଥିବା ବେଳେ ଆଜି ସାଂଘାତିକ ସମସ୍ୟା ସୃଷ୍ଟି ହୋଇଥିଲା । ଟ୍ରେନ ଷ୍ଟାର୍ଟ କରାଯିବା ପରେ ପ୍ରେସର୍‌ ନେଇ ନଥିଲା। ଲଗାତାର ଭାବେ ଗତ ତିନି ମାସ ଧରି ଏଭଳି ସମସ୍ଯା ସୃଷ୍ଟି ହେଉଥିବା ଯାତ୍ରୀ ଅଭିଯୋଗ କରିଛନ୍ତି । ଆଜି ଏହି କାରଣରୁ ଶହ ଶହ ଯାତ୍ରୀ ହଇରାଣ ହୋଇଛନ୍ତି । ସକାଳ ୬ଟା ୩୦ରେ ଛାଡ଼ିବାକୁ ଥିବା ଟ୍ରେନ ୯ଟାରେ ଷ୍ଟେସନରୁ ବାହାରିଥିଲା । ଫଳରେ ନୂଆଗାଁ ପୁରୀ ଟ୍ରେନ ବିଳମ୍ବିତ ହୋଇଥିଲା ।

ପୁରୀ ଟ୍ରେନ୍‌କୁ ୭ଟା ବଦଳରେ ୮ଟା ବେଳେ ଦୁଇ ନମ୍ବର ଟ୍ରାକରେ ଛଡାଯିବା ପାଇଁ ବ୍ଯବସ୍ଥା କରାଯାଇଥିଲା । ଏଭଳି ସମସ୍ଯାକୁ ନେଇ କିଛି ଯାତ୍ରୀ ଫେରି ଯାଇଥିବା ବେଳେ ଅନ୍ୟମାନେ ଷ୍ଟେସନ୍‌ କାର୍ଯ୍ଯାଳୟରେ ହୋହାଲ କରିଥିଲେ । ଦୀର୍ଘ ସମୟ ଅଟକି ରହିଥିବା ଯାତ୍ରୀଙ୍କୁ ପୁରୀ ଟ୍ରେନ ଯୋଗେ ଖୋର୍ଦ୍ଧା ରୋଡ ଷ୍ଟେସନ୍‌ ପଠା ଯାଇଥିଲା । ନୟାଗଡ଼-ଭୁବନେଶ୍ଵର ଓ ନୂଆଗାଁ- ଭୁବନେଶ୍ଵର ଟ୍ରେନ ଇଞ୍ଜିନ ବାରମ୍ବାର ଅଚଳ ହେଉଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.