Below header

ଅନ୍ଧକାର ଭିତରେ ଏହି ଦୃଷ୍ଟିହୀନ ପରିବାରର ଭବିଷ୍ୟତ, ସରକାରୀ ସହାୟତାକୁ ଅପେକ୍ଷା

ବିଭିନ୍ନ ସମୟରେ ସରକାରୀ ଯୋଜନାର ଲାଭ ପ୍ରକୃତ ହିତାଧିକାରୀ ପାଇବାରୁ ବଞ୍ଚିତ ହେଉଥିବା ନେଇ ଆସୁଛି ଅଭିଯୋଗ । ତେବେ ଏହି ଅସହାୟ ମହିଳାଙ୍କୁ ଦେଖିଲେ ଏ ଅଭିଯୋଗର ସତ୍ୟାସତ୍ୟ ବାରି ହୋଇପଡିବ ନିଶ୍ଚୟ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ବ୍ଲକର ମମିତା ମଲ୍ଲିକ । ଆଖିକୁ ଭଲ କରି ଦିଶୁ ନାହିଁ । ସମାନ ଅବସ୍ଥା ୨ ପୁଅଙ୍କର ।

କାମାକ୍ଷାନଗର(କେନ୍ୟୁଜ୍): ସରକାର ସାଧାରଣ ଜନତାଙ୍କ ପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଛନ୍ତି । ଖାଦ୍ୟଠାରୁ ଆରମ୍ଭ କରି ବାସଗୃହ, ସ୍ୱାସ୍ଥ୍ୟସେବା ଭଳି ଅନେକ ସେବା ଯୋଗାଇ ଦେଉଛନ୍ତି । କିନ୍ତୁ ଲୋକଙ୍କ ପାଖରେ କେତେ ମାତ୍ରାରେ ଏହି ଯୋଜନା ସବୁ ପହଞ୍ଚୁଛି ତାହା ଏବେ ବଡ ପ୍ରଶ୍ନ। ଏପଟେ ବିଭିନ୍ନ ସମୟରେ ସରକାରୀ ଯୋଜନାର ଲାଭ ପ୍ରକୃତ ହିତାଧିକାରୀ ପାଇବାରୁ ବଞ୍ଚିତ ହେଉଥିବା ନେଇ ଆସୁଛି ଅଭିଯୋଗ । ତେବେ ଏହି ଅସହାୟ ମହିଳାଙ୍କୁ ଦେଖିଲେ ଏ ଅଭିଯୋଗର ସତ୍ୟାସତ୍ୟ ବାରି ହୋଇପଡିବ ନିଶ୍ଚୟ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ବ୍ଲକର ମମିତା ମଲ୍ଲିକ। ଆଖିକୁ ଭଲ କରି ଦିଶୁ ନାହିଁ । ସମାନ ଅବସ୍ଥା ୨ ପୁଅଙ୍କର । ଅନ୍ୟ ଭରଷାରେ ବାଟ ଚାଲିବାକୁ ପଡେ ଏମାନଙ୍କୁ । ବାପା ଆଜକୁ ୨୦ ବର୍ଷ ପୂର୍ବେ ଘରୁ କେଉଁଆଡେ ରାଗିକି ପଳାଇଛନ୍ତି ଯେ ତାଙ୍କର କୈାଣସି ପତ୍ତା ନାହିଁ । ସରକାରୀ ସହାୟତା କହିଲେ ମା ମମିତା ମଲ୍ଲିକ ଓ ବଡ ପୁଅକୁ ମିଳୁଛି ଭତ୍ତା ଏବଂ ଚାଉଳ । ସାନ ପୁଅ ସମସ୍ତ ସରକାରୀ ସୁବିଧା ପାଇବାରୁ ବଞ୍ଚିତ । ଏମାନଙ୍କ ପାଇଁ ଏତିକିରେ ସୀମିତ ସରକାରଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଯୋଜନା ।

ଏପଟେ ମୁଣ୍ଡ ଗୁଞ୍ଜିବାକୁ ଏମାନଙ୍କ ପାଖରେ ପକ୍କା ଘରଟିଏ ବି ନାହିଁ । ଆଜିବି ଚାଳଘରେ ଜୀବନ ବିତାଇବାକୁ ପଡୁଛି ଏମାନଙ୍କୁ । ବଡ ପୁଅ ସୌମ୍ୟ ରଞ୍ଜନଙ୍କ ଆଖିକୁ ଭଲରେ ଦିଶୁ ନଥିବା ବେଳେ, ପରିବାର ଚଳାଇବା ପାଇଁ ବାହାରକୁ ମାଗିବାକୁ ଯାଉଥିବା ବେଳେ ଗାଡି ଦୁର୍ଘଟଣା ହେବା ଦ୍ଵାରା ତାଙ୍କ ଗୋଡ ଭାଙ୍ଗି ଯାଇଥିଲା ।ସେଦିନଠାରୁ ସେ ବି ଆଉ ବାହାରକୁ ଯାଇ ପାରୁ ନାହାଁନ୍ତି।

house

ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ ପ୍ରତ୍ୟେକ ଗରିବ ଶ୍ରେଣୀର ଲୋକମାନଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଛି ଆବାସ ଯୋଜନାରେ ଘର ଖଣ୍ଡିଏ । କିନ୍ତୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଅବହେଳା ଯୋଗୁ ମମିତା ଘର ପାଇବାରୁ ବଞ୍ଚିତ ହୋଇଥିବା ବେଳେ ସାନ ପୁଅକୁ କୈାଣସି ସାହାର୍ଯ୍ୟ ମିଳିପାରୁ ନାହିଁ ।

ସ୍ୱାସ୍ଥ୍ୟ ସେବାରେ ପରିବର୍ତ୍ତନ ଆଣି ମାଗଣା ଚିକିତ୍ସା ସେବା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ପରିବାରଟି ଏଥିରୁ ମଧ୍ୟ ବଞ୍ଚିତ । ଏପରି ସ୍ଥଳେ ୨ ପୁଅଙ୍କୁ ସରକାରଙ୍କ ଦ୍ଵାରା ସ୍ୱାସ୍ଥ୍ୟ ବୀମା କାର୍ଡ ମାଧ୍ୟମରେ ଆଖିର ଅପରେସନ କରାଗଲେ ଭଲରେ ଦେଖି ପାରିବେ ବୋଲି ଆଶା କରାଯାଉଛି ।ଏ ସଂପର୍କରେ କାମାକ୍ଷାନଗର ଉପଜିଲ୍ଲାପାଳ କହିଛନ୍ତି ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରାଯାଉଛି । ଏହି ପରିବାର ପାଇଁ ଆବାସ ଯୋଜନାରେ ଘର ଓ ସାନ ପୁଅକୁ ଭତ୍ତା ଯୋଗାଇଦେବାକୁ ସେ ପ୍ରତିଶୃତି ଦେଇଛନ୍ତି।

ଚାଳ ଛପର ଘରେ ଜୀବନ ବିତାଉଥିବା ଏହି ଅଭାବି ପରିବାର ପାଇଁ ସରକାର ଯଥାଶୀଘ୍ର ଆବାସ ଯୋଜନାରେ ଘର ଓ ଚିକିତ୍ସା ଯୋଗାଇ ଦେଲେ ୨ ପୁଅ ଭଲରେ ଦେଖିପାରିବା ସହ ଭଲ ରୋଜଗାର କରି ପରିବାର ପ୍ରତିପୋଷଣ କରିପାରନ୍ତେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.