Below header

ନିଜ ପ୍ରିୟ ଶିକ୍ଷକଙ୍କୁ ଏମିତି ଅବସରକାଳୀନ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ, ଯାହା ଏବେ ସବୁଠି ଚର୍ଚ୍ଚା

ଶିକ୍ଷକଙ୍କ ଅବସର ସମୟରେ ଝୁରିଲେ ଅଞ୍ଚଳବାସୀ । ଏପରି ଏକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତରେ ।

ବେଗୁନିଆ(କେନ୍ୟୁଜ):  ଶିକ୍ଷକ ହେବ ତ ଏମିତି। ଅବସର ସମୟରେ ଝୁରିଲେ ଅଞ୍ଚଳବାସୀ । ଏପରି ଏକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତରେ । ବେଗୁନିଆ ଡଙ୍ଗରପଡା ସ୍ଥିତ ଲିଂଗରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପବିତ୍ର ମୋହନ ଖାଡ଼ଙ୍ଗାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଆୟୋଜିତ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ନୂତନ, ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷାବିତ୍ତ, ବୁଦ୍ଧିଜୀବୀ ଏବଂ ବ୍ଲକ ଶିକ୍ଷାଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

ବିରାଟ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଦେବା ପରେ ଏକ ସୁସଜ୍ଜିତ ଖୋଲା ଗାଡିରେ ବାଜା ବଜାଇ ବିରାଟ ପଟୁଆର ସହିତ ପଞ୍ଚାୟତ ସାରା ପରିଭ୍ରମଣ କରାଇଥିଲେ । ଏହାପରେ  ପ୍ରଧାନ ଶିକ୍ଷକ ଖାଡ଼ଙ୍ଗାଙ୍କ ଶିକ୍ଷା କ୍ଷେତ୍ରରେ ମୂଲ୍ୟବୋଧ ଏବଂ ବଳିଦାନକୁ ପ୍ରତିପାଦନ କରାଯାଇଥିଲା । ଗାଁ ପରିଭ୍ରମଣ ବେଳେ ପ୍ରତିଦୂଆରେ ଦୂଆରେ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀମାନଙ୍କ ବନ୍ଦାପନା ସହିତ ମିଠା ଖୁଆଇବାର ଦୃଶ୍ୟ ଗାଁରେ ବେଶ୍ ସୁନ୍ଦର ପରିବେଶ ସୃଷ୍ଟିହୋଇଥିଲା ।  ଜଣେ ଆଦର୍ଶ ଶିକ୍ଷକ ଭାବେ ଶ୍ରୀଯୁକ୍ତ ଖାଡ଼ଙ୍ଗା ବିଦ୍ୟାଳୟ ଆରମ୍ଭରୁ ଏଠାରେ ଶିକ୍ଷକତା କରି ସ୍ଥାନୀୟ ଅଞ୍ଚଳରେ ଶିକ୍ଷା କ୍ଷତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.