ନବରଙ୍ଗପୁର ପାଇଁ କାମ କରିବାର ସ୍ବପ୍ନ ପାଇଁ ନମ୍ରତା ଛାଡିଲେ ଉଚ୍ଚ ବେତନ ଚାକିରି, ଶେଷରେ OPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାଇଲେ ସଫଳତା

ସଦ୍ୟ ପ୍ରକାଶିତ ହୋଇଥିବା OPSC ପରୀକ୍ଷାରେ ଅନେକ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୧୦୩ ନମ୍ବର ରାଙ୍କ ରଖି ପରିବାର ତଥା ନିଜ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଛନ୍ତି ନମ୍ରତା । ନମ୍ରତା ପୂର୍ବରୁ କମ୍ପ୍ୟୁଟର ଇଂଜିନିୟରିଂ ଚାକିରୀ ଛାଡି ଆରଆଇ ଚାକିରୀରେ ଯୋଗ ଦେଇଥିଲେ । କିନ୍ତୁ ତାହା ବି ଛାଡି ଲୋକଙ୍କ ସେବା କରିବା ଲକ୍ଷ ନେଇ OPSC ପରୀକ୍ଷା ଦେଇଥିଲେ ଏବଂ ପ୍ରଥମ ଥର ବିଫଳ ହୋଇଥିବା ବେଳେ ଏବେ ଦ୍ଵିତୀୟ ଥର ପରୀକ୍ଷାରେ ସେ ସଫଳତା ହାସଲ କରିଛନ୍ତି ।

ନିଜ ଇଚ୍ଛା ଓ ସ୍ୱପ୍ନ କୁ ବାସ୍ତବ ରୂପ ଦେବା ସମସ୍ତଙ୍କ ପାଇଁ ସହଜ କଥା ନୁହେଁ । ଏଥପାଇଁ କରିବାକୁ ପଡିଥାଏ ତ୍ୟାଗ , ଦେବାକୁ ପଡିଥାଏ ସମୟ । ଏହାବାଦ ଆପଣଙ୍କ ଭାଗ୍ୟ । ଯଦି ଏସବୁ ଜିନିଷ ମିଳେ ତେବେ ଜଣେ ସଫଳତା ପାଇବା ସହଜ ହୋଇଯାଏ । ଏଭଳି ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ଉଚ୍ଚ ବେତନ ଚାକିରୀ ଛାଡି ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ଆଗେଇଲେ ନମ୍ରତା । ଶେଷରେ ସଫଳତା ତାଙ୍କ ହାତକୁ ଆସିଲା । OPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନବରଙ୍ଗପୁରର ନାଁ ରଖିଲେ ନମ୍ରତା ମିଶ୍ର ।

ସଦ୍ୟ ପ୍ରକାଶିତ ହୋଇଥିବା OPSC ପରୀକ୍ଷାରେ ଅନେକ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୧୦୩ ରାଙ୍କ ରଖି ପରିବାର ତଥା ନିଜ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଛନ୍ତି ନମ୍ରତା । ନମ୍ରତା ପୂର୍ବରୁ କମ୍ପ୍ୟୁଟର ଇଂଜିନିୟରିଂ ଚାକିରୀ ଛାଡି ଆରଆଇ ଚାକିରିରେ ଯୋଗ ଦେଇଥିଲେ । କିନ୍ତୁ ତାହା ବି ଛାଡି ଲୋକଙ୍କ ସେବା କରିବା ଲକ୍ଷ ନେଇ OPSC ପରୀକ୍ଷା ଦେଇଥିଲେ ଏବଂ ପ୍ରଥମ ଥର ବିଫଳ ହୋଇଥିବା ବେଳେ ଏବେ ଦ୍ଵିତୀୟ ଥର ପରୀକ୍ଷାରେ ସେ ସଫଳତା ହାସଲ କରିଛନ୍ତି । ନିଜର ଏହି ସଫଳତା ପାଇଁ ପରିବାର ଓ ଭଗବାନ ଙ୍କୁ ବିଶେଷ ଭାବେ ନବରଙ୍ଗପୁର ର ଆରାଧ୍ୟ ଦେବୀ ମା ଭଣ୍ଡାରଘରଣୀ ଙ୍କ ଆଶୀର୍ବାଦ ରୁ ସଫଳ ହୋଇଥିବା କହିଛନ୍ତି ।

ଜନସାଧାରଣ ତଥା ନବରଙ୍ଗପୁର ଜିଲ୍ଲା ପାଇଁ କିଛି ଭଲ କାର୍ଯ୍ୟ କରିବାର ସ୍ୱପ୍ନ ସଫଳ କରିବେ ବୋଲି ପ୍ରକାଶ କରିଛନ୍ତି । ନମ୍ରତାଙ୍କ ବାପା ସୁବାସ ମିଶ୍ର ଜଣେ ଅବସରପ୍ରାପ୍ତ ଗୋଷ୍ଠୀ ମଙ୍ଗଳ ଅଧିକାରୀ ଓ ମା ସୁଧାଂଶୁ କିରଣ ରଥ ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ । ଝିଅ ର ଏହି ସଫଳତା ରେ ସେମାନେ ବହୁତ ଖୁସି । ନବରଙ୍ଗପୁରର ଗରିବ ଜନସାଧାରଣ ଙ୍କ ପାଇଁ କିଛି କରିବାର ସ୍ୱପ୍ନ ନମ୍ରତାଙ୍କର ପୁରଣ ହୋଇଥିବା ବାପା ସୁବାସ ପ୍ରକାଶ କରିଛନ୍ତି ।

ଏହା ବ୍ୟତୀତ ନବରଙ୍ଗପୁର ସହରର ଦଳେଇ ସାହିର ସୁରଜ ପ୍ରଧାନ OPSC ପରୀକ୍ଷାରେ ୧୩୭ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସୁରଜ ପ୍ରଧାନ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଚାକିରୀ କରୁଛନ୍ତି । ସୁରଜ ପ୍ରଧାନଙ୍କ ବାପା ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ମା କନକ ଲତା ପ୍ରଧାନ । ବାପା ଜଣେ ବ୍ୟବସାୟୀ, ତେଣୁ ପୁଅ ର ଏୟତେ ବଡ ସଫଳତାରେ ସେମାନେ ଖୁସି ବ୍ୟକ୍ତ କରିଛନ୍ତି । ସୁରଜ ନିଜ ସଫଳତା ଶ୍ରେୟ ପରିବାର, ମା ଓ ବାପା ଙ୍କୁ ଦେଇଛନ୍ତି । ସେହିପରି ଏହି ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର କୁର୍ମାକୋଟର ବିଶ୍ୱଜିତ କରକରା ୨୮୯ ରାଙ୍କ ରେ କୃତକାର୍ଯ୍ୟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.