Below header

ଦ୍ୱିତୀୟ ବିବାହ କଲେ ପ୍ରଧାନ ଶିକ୍ଷକ, ଥାନାରେ ଏତଲା ଦେଲେ ପ୍ରଥମ ସ୍ତ୍ରୀ

ପ୍ରଥମ ସ୍ତ୍ରୀ ଘରେ ଅଛନ୍ତି । ତାଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କଲେ ଶିକ୍ଷକ । ଏ ଖବର ପାଇବା ପରେ ପ୍ରଥମ ସ୍ତ୍ରୀ ଶିକ୍ଷକ ସ୍ୱାମୀ ନାଁରେ ଥାନାରେ ଏତଲା ଦେଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି ପ୍ରଥମ ପତ୍ନୀ ।

ଦାରିଙ୍ଗବାଡ଼ି : ପ୍ରଥମ ସ୍ତ୍ରୀ ଘରେ ଅଛନ୍ତି । ତାଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କଲେ ଶିକ୍ଷକ । ଏ ଖବର ପାଇବା ପରେ ପ୍ରଥମ ସ୍ତ୍ରୀ ଶିକ୍ଷକ ସ୍ୱାମୀ ନାଁରେ ଥାନାରେ ଏତଲା ଦେଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି ପ୍ରଥମ ପତ୍ନୀ ।

ଅଭିଯୋଗ ଅନୁସାରେ ରସିକିଆ ଶିକ୍ଷକ ଜଣକ ହେଲେ ଦାରିଙ୍ଗବାଡି ବ୍ଲକ୍‌ ଅନ୍ତର୍ଗତ ସୁଜାମାଜୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ । ସେ ୨୦୦୩ ମସିହାରେ ନିରୁପମା ଡାକୁଆଙ୍କୁ ବିବାହ କରିଥିଲେ । ତିନି ବର୍ଷ ପରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା । ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ଝିଅ ଜନ୍ମ ହେବା ପରେ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଶାରୀରିକ ଓ ମାନସିକ ନିର୍ଯାତନା । କାରଣ ଝିଅ ଜନ୍ମକୁ ନେଇ ସ୍ୱାମୀ ଖୁସି ନଥିଲେ । ଏହାକୁ ନେଇ ପ୍ରଥମେ ଫୁଲବାଣୀ ପରିବାର କୋର୍ଟରେ ଆରମ୍ଭ ହୋଇଥିଲା ମାମଲା । ଏହା ପରେ ବାଲିଗୁଡା କୋର୍ଟରେ ସ୍ୱାମୀ ଶ୍ରୀପତି ନାୟକ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ହେଲେ କୋର୍ଟରେ ମାମଲା ଚାଲିଥିବା ବେଳେ ଶିକ୍ଷକ ସ୍ୱାମୀ ଗତ ୬ ତାରିଖ ଦିନ ଆଉ ଜଣେ ଯୁବତୀଙ୍କୁ ବାହା ହୋଇଛନ୍ତି । ତାହା ପୁଣି ନିଜେ କାର୍ଯ୍ଯରତ ଥିବା ସ୍କୁଲ ପରିସର । ସେଠାରେ ଫୁଲମାଳ ପିନ୍ଧି କେକ କାଟିଥିଲେ । ଏହି ସମୟର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏନେଇ ପ୍ରଥମ ପତ୍ନୀ ନିରୁପମା ଡାକୁଆ ବାଲିଗୁଡା ଥାନାରେ ଗତ ୭ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ନମ୍ବର ୨୧/୨୩ ରୁଜୁ କରି ବିଭିନ୍ନ ଦଫା ଆଧାରରେ ଘଟଣାର ତଦନ୍ତ ଚଳାଇ ଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି । ତେବେ ଏ ନେଇ ଶିକ୍ଷକ ସ୍ୱାମୀଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.