କଟକ ମହାନଗର ନିଗମ : ବିରୋଧୀ କର୍ପୋରେଟରଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ

କଟକ ମହାନଗର ନିଗମରେ ବିରୋଧୀ କର୍ପୋରେଟରଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଭୁବନେଶ୍ୱରରେ ଆଇଏଏସ ସମ୍ମିଳନୀରେ ଥିବା ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଅପରାହ୍ନରେ ବିରୋଧୀ କର୍ପୋରେଟରଙ୍କ ଆନ୍ଦୋଳନସ୍ଥଳରେ ପହଞ୍ଚି ସମ୍ମିଳନୀ କକ୍ଷରେ ବସି ଆଲୋଚନା କରିବାକୁ ଡାକିଥିଲେ ।

କଟକ (କେନ୍ୟୁଜ) : କଟକ ମହାନଗର ନିଗମରେ ବିରୋଧୀ କର୍ପୋରେଟରଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଭୁବନେଶ୍ୱରରେ ଆଇଏଏସ ସମ୍ମିଳନୀରେ ଥିବା ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଅପରାହ୍ନରେ ବିରୋଧୀ କର୍ପୋରେଟରଙ୍କ ଆନ୍ଦୋଳନସ୍ଥଳରେ ପହଞ୍ଚି ସମ୍ମିଳନୀ କକ୍ଷରେ ବସି ଆଲୋଚନା କରିବାକୁ ଡାକିଥିଲେ । ଏହି ସମୟରେ ସିଏମସି ମେୟର ସୁବାସ ଚନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ଥିଲେ ।

ମେୟରଙ୍କ ମିନି ସମ୍ମିଳନୀ କକ୍ଷରେ ମେୟର କମିଶନରଙ୍କ ସହିତ ଆଲୋଚନା କରିଥିଲେ କଂଗ୍ରେସ ଓ ବିଜେପି କର୍ପୋରେଟର । ଦୀର୍ଘ ଦିନ ଧରି ରହି ଆସିଥିବା ବିବାଦୀୟ ଯନ୍ତ୍ରୀଙ୍କୁ ସିଏମସିରୁ ବଦଳି କରିବାକୁ କମିଶନର ଓ ମେୟର ପ୍ରତିଶ୍ରୁତି ଦେଇଛନ୍ତି । ଏହାସହିତ ବାରବାଟୀ କଟକ ବିଧାୟକଙ୍କ ନାମ ନଥିବା ଫଳକରେ ନାମ ତୁରନ୍ତ ଯୋଡ଼ାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ବିରୋଧୀଙ୍କ ଅନୁପସ୍ଥିତିରେ ଗତକାଲି କାଉନସିଲ ଗୃହରେ ପାରିତ ହୋଇଥିବା ରିଜୋଲୁସନ ପୁନଶ୍ଚ ଗୃହରେ ଆଗତ ହେବ ବୋଲି ମେୟର ପ୍ରତିଶ୍ରୁତି ଦେଇଥିଲେ । ଏଭଳି ପ୍ରତିଶ୍ରୁତି ପାଇବା ପରେ ବିରୋଧୀ କର୍ପୋରେଟର ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.