କରୋନା ପରେ ଆଉ ଏକ ଭୟଙ୍କର ଭାଇରସ୍‌ ‘ମାରବର୍ଗ’ ନେଲାଣି ୯ ଜୀବନ; ଆଲର୍ଟ ମୋଡରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ବିଶ୍ୱରୁ କରୋନା ଭାଇରସ୍‌ ସମ୍ପୂର୍ଣ୍ଣ ରୂପେ ଯାଇ ନ ଥିବାବେଳେ ଆଉ ଏକ ନୂଆ ଭାଇରାସ୍‌ ଭୟଙ୍କର ରୂପ ଧାରଣ କରିଛି। ଏଥିରେ ଏ ପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଲର୍ଟ ଜାରି କରିଛି।

ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀରୁ ବିଶ୍ୱ ମୁକ୍ତି ପାଇ ନ ଥିବାବେଳେ ଆଉ ଏକ ନୂଆ ଭାଇରସ୍‌ ମୁଣ୍ଡ ଟେକିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି କଥା ନିଶ୍ଚିତ କରିଛି ଯେ କେନ୍ଦ୍ର ଆଫ୍ରିକୀୟ ଦେଶ ଇକ୍ୱେଟୋରିୟଲ ଗିନିରେ ‘ମାରବର୍ଗ’ ଭାଇରସ୍‌ର ପ୍ରକୋପ ବିସ୍ତାର ହେବାରେ ଲାଗିଛି। ଏହି ଭୟଙ୍କର ଭାଇରସ୍‌ କବଳରେ ଆସି ଗିନିରେ ଏ ପର୍ଯ୍ୟନ୍ତ ୯ ଜଣ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଯେତେବେଳେ କି, ଅନେକ ଲୋକ ଏଥିରେ ପୀଡ଼ିତ ଥିବା ଜଣାପଡ଼ିଛି।

ମାରବର୍ଗ ଭାଇରସ୍‌ର ଲକ୍ଷଣ ଇବୋଲା ଭାଇରସ୍‌ ସହିତ ମେଳ ଖାଉଛି। କରୋନା ଭାଇରସ୍‌ ପରେ ଆସିଥିବା ମାରବର୍ଗ ଭାଇରସ୍‌କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବି ଆଶ୍ଚର୍ଯ୍ୟଚକିତ ହୋଇଯାଇଛି। ମାରବର୍ଗ ଭାଇରସ୍‌ରେ ୯ ଜଣଙ୍କ ମୃତ୍ୟୁ ପରେ ଏବେ ଡବ୍ଲ୍ୟୁଏଚ୍‌ଓ ଆଲର୍ଟ ମୋଡ୍‌ରେ ଆସିଯାଇଛି ଏବଂ ଏ ନେଇ ସମୀକ୍ଷା କରିବାକୁ ଏକ ଜରୁରୀକାଳୀନ ବୈଠକ ମଧ୍ୟ ଡକାଇଛି।

ଡବ୍ଲ୍ୟୁଏଚ୍‌ଓ କହିଛି ଯେ ଜ୍ୱର, ଝାଡ଼ା, ଥକ୍କାପଣ, ବାନ୍ତି ସମେତ ଅନେକ ଲକ୍ଷଣ ଯୋଗୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ବର୍ତ୍ତମାନ ୧୬ ଜଣ ପୀଡ଼ିତ ଅଛନ୍ତି। ଇବୋଲା ଭଳି ମାରବର୍ଗ ଭାଇରସ୍‌ର ଉତ୍ପତ୍ତି ମଧ୍ୟ ବାଦୁଡ଼ିଠାରୁ ହୋଇଛି। ଏହି ଭାଇରସ୍‌ ସଂକ୍ରମିତ ଲୋକ ଏବଂ ସେମାନଙ୍କ ବ୍ୟବହୃତ ଜିନିଷ ବ୍ୟବହାର କରିବା ଦ୍ୱାରା ବ୍ୟାପିଥାଏ। ଡବ୍ଲ୍ୟୁଏଚ୍‌ଓ ମୁତାବକ, ବିନା ଚିକିତ୍ସାରେ ମାରବର୍ଗ ୮୮ ପ୍ରତିଶତ ଲୋକଙ୍କ ପାଇଁ ଭୟଙ୍କର ପ୍ରମାଣିତ ହୋଇପାରେ।

ମାରବର୍ଗ ରୋଗର ଲକ୍ଷଣ

-ଝାଡ଼ା

-ପ୍ରବଳ ଜ୍ୱର

-ବାନ୍ତିରେ ରକ୍ତ ପଡ଼ିବା

-ଭୟଙ୍କର ମୁଣ୍ଡବିନ୍ଧା

-ପ୍ରବଳ ରକ୍ତସ୍ରାବ

-ବାନ୍ତି

-ଝାଡ଼ାରେ ରକ୍ତ ପଡ଼ିବା

-ଦାନ୍ତ ଏବଂ ଦାନ୍ତ ମାଢ଼ିରେ ବ୍ଲିଡିଂ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.