ଆତଙ୍କବାଦୀ କାର୍ଯ୍ୟକଳାପରେ ଦୋଷୀ ଅବଦୁର ରେହମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ
ଆତଙ୍କବାଦୀ କାର୍ଯ୍ୟକଳାପରେ ଦୋଷୀ ଅବଦୁର ରେହମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ । ସେହିପରି ଅନ୍ୟ ୩ ଦୋଷୀଙ୍କୁ ମଧ୍ୟ ସମାନ ସଜା ଶୁଣାଇଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ । ସେମାନେ ହେଲେ ମହମ୍ମଦ ଆସିଫ୍, ଜାଫର ମାସୁଦ ଓ ଅବଦୁଲ ସାମି ।

ଆତଙ୍କବାଦୀ ଲିଙ୍କରେ ସମସ୍ତେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନସନ୍ ଆକ୍ଟର ଧାରା ୧୮ ଓ ୧୮-ବିରେ ଦୋଷୀ ସାବ୍ୟସ୍ତ କରିଥିଲେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ । ସେକ୍ସନ୍ ୧୮-ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡ଼ଯନ୍ତ୍ର ।
ସେକ୍ସନ୍ ୧୮(ବି)- ଆତଙ୍କବାଦୀ କାର୍ଯ୍ୟ ପାଇଁ ନିଯୁକ୍ତି। ଜଗତପୁର ପଶ୍ଚିମକଛ ଗାଁରୁ ଅଲ୍-କାଏଦା ଆତଙ୍କବାଦୀ ଲିଙ୍କରେ ଗିରଫ ହୋଇଥିଲା ଅବଦୁର ରେହମାନ । ୨୦୧୫ରେ ଜଗତପୁର ପଶ୍ଚିମକଛ ଗାଁରୁ ରେହମାନକୁ ଗିରଫ କରାଯାଇଥିଲା । ଏପଟେ ମୁଦାଲା ପକ୍ଷ ଚାହିଁଲେ ତଳକୋର୍ଟ ରାୟ ବିିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଅବଦୁରର ଓକିଲ କହିଛନ୍ତି ।