ଲଗାନ୍ ଫିଲ୍ମର ଅଭିନେତା ଜାଭେଦ ଖାନ୍ଙ୍କ ପରଲୋକ, ଥିଲେ ବଲିଉଡର ଜଣାଶୁଣା ଆକଟର
ରାମ ତେରୀ ଗଙ୍ଗା ମୈଲି, ଲଗାନ୍, ଅନ୍ଦାଜ ଆପନା ଆପନା, ଚକ୍ ଦେ ଇଣ୍ଡିଆ ଭଳି ଅନେକ ସୁପର ହିଟ୍ ଫିଲ୍ମରେ ଅଭିନୟ କରିଥିବା ଜାଭେଦ ଖାନ୍ ଆମରୋହି ଆଉ ନାହାନ୍ତି । ୭୦ ବର୍ଷ ବୟସରେ ଆଜି ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି ।
ମୁମ୍ବାଇ : ରାମ ତେରୀ ଗଙ୍ଗା ମୈଲି, ଲଗାନ୍, ଅନ୍ଦାଜ ଆପନା ଆପନା, ଚକ୍ ଦେ ଇଣ୍ଡିଆ ଭଳି ଅନେକ ସୁପର ହିଟ୍ ଫିଲ୍ମରେ ଅଭିନୟ କରିଥିବା ଜାଭେଦ ଖାନ୍ ଆମରୋହି ଆଉ ନାହାନ୍ତି । ୭୦ ବର୍ଷ ବୟସରେ ଆଜି ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି ।
ବଲିଉଡ୍ର ଏହି ଚରିତ୍ର ଅଭିନେତା ଜାଭେଦ ଶେଷଥର ପାଇଁ ୨୦୨୦ରେ ‘ସଡ଼କ-୨’ରେ ନଜର ଆସିଥିଲେ । ସେ ପାକିୟା ଭୂମିକାରେ ଅଭିନୟ କରିଥିଲେ । ଅନେକ ଟେଲିଭିଜନ୍ ସୋ’ ମଧ୍ୟ ସ କରିଛନ୍ତି । ମୁମ୍ବାଇର କାନ୍ଦିବଲିରେ ନିଜ ପରିବାର ସହ ରହୁଥିଲେ । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଇଣ୍ଡିଆନ୍ ପିପୁଲ୍ସ ଥିଏଟର ଆସୋସିଏସନ୍ର ସକ୍ରିୟ ସଦସ୍ୟ ଥିଲେ ଜାଭେଦ । ତାଙ୍କରି ସାଥୀମାନେ ତାଙ୍କ ମୃତ୍ୟୁର ଖବର ଦେଇଛନ୍ତି । ନିଜ ଜୀବନ କାଳ ମଧ୍ୟରେ ସେ ୧୫୦ରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରିଛନ୍ତି । ଆଜି ସନ୍ଧ୍ୟାରେ ତାଙ୍କା ଶେଷକୃତ୍ୟ ସମ୍ପନ୍ନ ହୋଇଛି ।