ବୃକ୍ଷପ୍ରେମୀ ଶିକ୍ଷକଙ୍କ ନିଆରା ଉଦ୍ୟମ, ଲୋକଙ୍କୁ ବାଣ୍ଟିଲେ ଦୁଇଶହ ଚାରା ଗଛ

ବର୍ତ୍ତମାନ ସମୟରେ ବୃକ୍ଷର କ୍ଷୟ ସମସ୍ତ ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ସରକାରୀ ଓ ବେସରକାରୀସ୍ତରରେ ଏହି ବୃକ୍ଷ ବୃଦ୍ଧି ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ଏଭଳି ସ୍ଥିତିରେ ଜଣେ ଶିକ୍ଷକଙ୍କ ବୃକ୍ଷପ୍ରିତି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଶିକ୍ଷକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରି ପ୍ରଥମିକ ବିଦ୍ୟାଳୟର ସଦାଶିବ ପାଢି। ସଦାଶିବ ପାଖାପାଖି ୨୦୦ରୁ ଅଧିକ ଚାରଗଛ ଆଣି ଅଟୋରେ ମାଗଣାରେ ବୁଲିବୁଲି ବାଣ୍ଟୁଛନ୍ତି। ଏହି ଚାରା ଗଛଗୁଡିକୁ ମଧ୍ୟ ଲୋକେ ଆଦରସହକାରେ ଗ୍ରହଣ କରୁଥିବାର ଦେଖିବାକୁ ମିଳିଛି। ସଦାଶିବ କହିଛନ୍ତି ଅନ୍ୟବାଟରେ ଅନେକ ଟଙ୍କା ଖର୍ଚ୍ଚ ହେଉଛି ହେଲେ ତାହା ଆତ୍ମ ସନ୍ତୋଷ ଦେଇନଥାଏ। କିନ୍ତୁ ଏହି ଚାରାଗଛରେ ଖର୍ଚ୍ଚ କରୁଥିବା ଟଙ୍କା ତାଙ୍କୁ ବହୁତ ଆତ୍ମସନ୍ତୋଷ ଦେଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.