ଧାରଣା ବେଳେ ଭାଷଣ ଦେଉଥିବା ଶିକ୍ଷକ ନେତାଙ୍କ ମୃତ୍ୟୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ମୃତ୍ୟୁ ଏମିତି ବି ଆସେ। ପ୍ରାଥମିକ ଶିକ୍ଷକ ସଂଘ ଧାରଣା ଚାଲିଥିବା ଭୁବନେଶ୍ୱର ଲୋୟର ପିଏମ୍‌ଜିରେ । ଲେଭଲ୍‌ ‘ଭି’ ଏକ୍ସ କ୍ୟାଡର ଶିକ୍ଷକମାନେ ଓଟିଇଟି ପ୍ରଶ୍ନପ୍ରତ ବିଭ୍ରାଟ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ତେବେ ଭୁବନେଶ୍ୱର ଧାରଣ ସ୍ଥଳେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷକ ସଂଘର ସଭାପତି ବାରିପଦାର ନିରଞ୍ଜନ ବାରିକ, ଭାଷଣ ଦେଉଥିବା ବେଳେ ହଠାତ୍ ତଳେ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଧାରଣା ସ୍ଥଳ ଏବଂ ହସପିଟାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

TEACHERS DEADBODY-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.