ପରଦାକୁ ଆସିବ ‘ସାବାସ୍ ମିଥୁ’, ମିତାଲିଙ୍କ ବାୟୋପିକରେ ନଜର ଆସିବେ ତାପସୀ

ବଲିଉଡରେ ବାୟୋପିକ୍ ଟ୍ରେଣ୍ଡ ଚାଲିଥିବା ବେଳେ ବିଭିନ୍ନ ଖେଳାଳିଙ୍କୁ ବିଭିନ୍ନ ସ୍ପୋଟର୍ସ ବାୟୋପିକ ନିର୍ମାଣ ହେଉଛି। ପୂର୍ବରୁ କ୍ରିକେଟ ଟିମ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ୍ ହୋଇସାରିଥିବା ବେଳେ ଏବେ କପିଲ ଦେବ ଏବଂ ସାଇନା ନେହ୍ବାଲଙ୍କ ବାୟୋପିକ୍ ପରଦା ଉପରେ ଆସିବାକୁ ବାକି ରହିଛି। ଏବେ ଏହି ଲିଷ୍ଟରେ ଆଉ ଏକ ଫିଲ୍ମ ଯୋଡି ହୋଇଯାଇଛି। ଏବେ ଭାରତୀୟ ମହିଳା କ୍ରିକେଟର କ୍ୟାପଟେନ୍ ମିତାଲି ରାଜଙ୍କ ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି। ଆଉ ଏଥିରେ ନଜର ଆସିବେ ବଲିଉଡ୍ ବିୟୁଟି ତାପସୀ ପାନ୍ନୁ। ମିତାଲିଙ୍କ ୩୭ ତମ ଜନ୍ମଦିନରେ ଏହି ଘୋଷଣା କରାଯାଇଛି।

ଏହାର ନିର୍ଦ୍ଦେଶନା ରାହୁଲ ଢୋଲକିୟା ଦେଉଥିବା ବେଳେ ଫିଲ୍ମର ଟାଇଟଲ ରହିଛି ‘ସାବାସ ମିଥୁ’। ଏପର୍ଯ୍ୟନ୍ତ ଏହାର ରିଲଜ୍ ଡେଟ୍ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ମିତାଲି ମାତ୍ର ୧୭ ବର୍ଷ ବୟସରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ପ୍ରଥମରୁ ହିଁ ୧୧୪ ରନ୍ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ଭାରତୀୟ ମହିଳା କ୍ରିକେଟରେ ୨୦ ବର୍ଷ ପୂରଣ କରିଥିବା ମିତାଲି ପ୍ରଥମ କ୍ରିକେଟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.