ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ଦେହାନ୍ତ, ଦୀର୍ଘ ଦିନ ହେବ ମସ୍ତିଷ୍କ ଓ ଫୁସଫୁସ୍ କ୍ଯାନସରରେ ପୀଡିତ ଥିଲେ

ଭୁବନେଶ୍ୱର(କେନ୍ୟୁଜ୍):ଅଫେରା ରାଇଜରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୨୦୧୯ରୁ କ୍ୟାନସରରେ ପୀଡ଼ିତ ଥିଲେ ରାଜେଶ୍ୱରୀ । ମସ୍ତିଷ୍କ ଓ ଫୁସଫୁସ କର୍କଟ ହୋଇଥିଲା । ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ରାଜେଶ୍ୱରୀ । କ୍ୟାନସରକୁ ହରାଇଥିବା ରାଜେଶ୍ୱରୀ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ।

ଅନେକ ଓଡ଼ିଆ ଧାରାବାହିକରେ ଅଭିନୟ କରିଥିଲେ । ଫିଲ୍ମରେ ବି କରିଥିଲେ ଅଭିନୟ । ଘରେ ଘରେ ଲୋକପ୍ରିୟ ଥିଲେ ରାଜେଶ୍ୱରୀ । ଉଚ୍ଚକୋଟୀର ଅଭିନୟ ପାଇଁ ଖୁବ ଅଳ୍ପ ଦିନରେ ସେ ଲୋକପ୍ରିୟତା ସାଉଁଟି ଥିଲେ । ଅସୁସ୍ଥତା ପରେ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ନେଇଥିଲେ ରାଜେଶ୍ୱରୀ । ତାଙ୍କ ବିୟୋଗରେ ଓଲିଉଡ୍‌ ଓ ଟେଲି ଦୁନିଆରେ ଶୋକର ଛାୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.