ଘରେ ଥିବା ଏକ ଗାତରୁ ବାହାରିଲା ୫ଟି ନାଗ ଛୁଆ, ଆତଙ୍କିତ ପରିବାର ଲୋକେ

କାମାକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଳକ୍ ବସନ୍ତପୁର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ୫ଟି ନାଗସାପ ଉଦ୍ଧାର ହୋଇଛି । ଗାଁର ବଶୀଧର ରଣାଙ୍କ ଘରେ ଏକ ଗାତରେ ନାଗସାପ ରହିଥିବା ପରିବାର ଲୋକେ ଦେଖି ଡରି ଯାଇଥିଲେ । ଏ ସମ୍ପର୍କରେ ସ୍ନେକ୍ ହେଲ୍ପ ଲାଇନ୍‌ ସଦସ୍ୟ ଦେବାଶିଷ ବେହେରାଙ୍କୁ ଜଣାଇଥିଲେ। ଶ୍ରୀ ବେହେରା ପହଞ୍ଚି ଗାତ ଖୋଳିଥିଲେ।

ଭିତରୁ ଗୋଟିକ ପରେ ଗୋଟିଏ ଏପରି ୫ଟି ନାଗସାପ ବାହାରିଥିଲେ। ମା’ ସାପ ସେଠାରେ ଅଣ୍ଡା ଦେଇ ଛୁଆ ଫୁଟାଇଥିବା ଜଣାପଡ଼ିଥିଲା । ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଏ ସମ୍ପର୍କରେ ପରିବାର ଲୋକେ ଜାଣିପାରିଥିବାରୁ ଏକ ବଡ଼ ବିପଦ ଟଳି ଯାଇଛି । ଉଦ୍ଧାର ସାପ ଗୁଡିକୁ ନିକଟରେ ଏକ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.