ସିଝିଲାଣି ଅଧା ଓଡ଼ିଶା: ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ, ସବୁଠୁ ଉତ୍ତପ୍ତ ତାଳଚେର

ଭୁବନେଶ୍ବର: ବଢୁଛି ପାରଦ । ଅଧା ଓଡ଼ିଶା ସିଝିଲାଣି । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି । କ୍ରମାଗତ ଭାବରେ ବୃଦ୍ଧି ପାଉଛି ତାପମାତ୍ରା । ଗତକାଲି ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ସବୁଠୁ ଉତ୍ତପ୍ତ ସହର ତାଳଚେର । ସେଠାରେ ୪୧ ଦଶମିକ ୧ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ଟିଟିଲାଗଡରେ ୪୧, ବଲାଙ୍ଗିରରେ ୪୦ ଦଶମିକ ୭, ମାଲକାନଗିରିରେ ୪୦ ଦଶମିକ ୨ ଓ ବୌଦ୍ଧରେ ପାରଦ ୪୦ ଦଶମିକ ୫ ଡିଗ୍ରୀ ସେଲସିୟସ୍‌ ରହିଥିଲା । ଏହା ବ୍ୟତୀତ ୩୯ ଡିଗ୍ରୀ ଉପରେ ରହିଥିଲା ୮ଟି ସହରର ତାପମାତ୍ରା । ଆଗକୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ସୂଚନା ଦେଇଛି ଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.