ସାରା ବିଶ୍ୱରେ ୫୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ ୫୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବିଶ୍ୱର ୨୦୪ଟି ଦେଶରେ ବ୍ୟାପିଛି କରୋନା । ବିଶ୍ୱରେ ଏଯାଏ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଲକ୍ଷ ୧୨ ହଜାର ଲୋକ ସୁସ୍ଥହୋଇ ଫେରିଛନ୍ତି । ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୫୩,୧୬୭ରେ ପହଞ୍ଚିଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨.୪୪ ଲକ୍ଷ । ଆମେରିକାରେ ମୃତ୍ୟୁସଂଖ୍ୟା ୬,୦୭୦।

corona mmଇଟାଲିରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧.୧୫ ଲକ୍ଷ । ଗୋଟିଏ ଦିନରେ ଇଟାଲିରେ ମୃତ୍ୟୁସଂଖ୍ୟା ୭୬୦। ଇଟାଲିରେ କରୋନାରେ ମୃତ୍ୟୁସଂଖ୍ୟା ୧୩,୯୧୫ । ସ୍ପେନ୍‌ରେ ଗୋଟିଏ ଦିନରେ ୯୬୧ ଜଣଙ୍କ ମୃତ୍ୟୁ ହୋଇଛି । ସ୍ପେନ୍‌ରେ ମୃତ୍ୟୁସଂଖ୍ୟା ୧୩,୩୪୮ରେ ପହଞ୍ଚିଲା । ଚୀନ୍‌ରେ କରୋନାରେ ମୃତ୍ୟୁସଂଖ୍ୟା ୩୩୧୨ । ଫ୍ରାନ୍ସରେ ଗୋଟିଏ ଦିନରେ ସର୍ବାଧିକ ୧୩୫୫ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୫,୩୮୭ରେ ପହଞ୍ଚିଲା । ଇରାନ୍‌ରେ କରୋନାରେ ମୃତ୍ୟୁସଂଖ୍ୟା ୩,୧୬୦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.