ଆଜି ସକାଳ ୯ ଟାରେ ଦୂରଦର୍ଶନରେ ପ୍ରସାରିତ ହେବନାହିଁ ରାମାୟଣ, ଜାଣନ୍ତୁ କାହିଁକି

ମୁମ୍ବାଇ : କାରୋନା ଭାଇରସ କାରଣରୁ ୨୧ ଦିନର ଲକଡାଉନ ଘୋଷଣା କରାଯାଇଛି। ଲୋକମାନେ ଘରେ ବୋର ନହେବା ପାଇଁ ଟିଭିରେ ରାମନନ୍ଦ ସାଗରଙ୍କ ରାମାୟଣର ପ୍ରସାରଣ ପୁନର୍ବାର କରାଯାଇଛି। ରାମାୟଣ ଦେଖି ଲୋକଙ୍କ ଠାରେ ଆଧ୍ୟାତ୍ମିକ ଭାବନା ମଧ୍ୟ ଆସୁଛି। ଏହାକୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। କିନ୍ତୁ ଦିନରେ ଦୁଇ ଥର ପ୍ରସାରିତ ହେଉଥିବା ରାମାୟଣ ଆଜି ସକାଳ ୯ ଟାରେ ପ୍ରସାରିତ ହେବନାହିଁ।


ଆଜି ସକାଳ ୯ ଟାରେ ଟିଭିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏକ ଭିଡିଓ ବାର୍ତ୍ତା ଦେଶବାସୀଙ୍କୁ ଦେବେ। ଏହି କାରଣରୁ ରାମାୟଣ କିଛି ସମୟ ପାଇଁ ବିଳମ୍ବ ହୋଇପାରେ। ଆଜି ରାମାୟଣ ସକାଳ ଠିକ ୯ ଟାରେ ନୁହେଁ ବରଂ କିଛି ସମୟ ବିଳମ୍ବରେ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.