କୋଭିଡ-୧୯ ମୁକାବିଲାରେ ସାମିଲ ହେଲେ ଏହି କ୍ରିକେଟର, ପିଏମ କେୟାର୍ସ ଫଣ୍ଡକୁ ଦାନ କଲେ ଦୁଇବର୍ଷର ଦରମା

କୋଭିଡ-୧୯ ସଂକ୍ରମଣ ମୁକାବିଲାରେ ଏବେ କ୍ରିକେଟରରୁ ରାଜନେତା ହୋଇଥିବା ଗୌତମ ଗମ୍ଭୀର ସାମିଲ ହୋଇଛନ୍ତି। ସେ ଏବେ ପାର୍ଲାମେଣ୍ଟର ସଦସ୍ୟ ରହିଛନ୍ତି। ଏମ୍‌ପି ହିସାବରେ ସେ ତାଙ୍କର ଦୁଇବର୍ଷର ଦରମାର ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ପ୍ରଦାନ କରିବେ ବୋଲି କହିଛନ୍ତି। ସେ ଏ ନେଇ ଘୋଷଣା କରିଛନ୍ତି।

ଗତ ସାଧାରଣ ନିର୍ବାଚନରେ ସେ ଇଷ୍ଟ ଦିଲ୍ଲୀରୁ ଭାଜପା ଟିକେଟରେ ବିପୁଳ ବିଜୟ ହାସଲ କରିଥିଲେ। ଲୋକଙ୍କୁ କରୋନା ଭାଇରସ ମୁକାବିଲା ପାଇଁ ସହାୟତା ପ୍ରଦାନ କରିବାକୁ ଅଗୋଇ ଆସିବାକୁ ସେ ଟୁଇଟ୍ କରି ଆହ୍ୱାନ ଦେଇଛନ୍ତି। ଏହା ପୂର୍ବରୁ ଗମ୍ଭୀର ତାଙ୍କ ଏମ୍‌ପିଲାଡ ଫଣ୍ଡରୁ ୧ କୋଟି ଟଙ୍କା ଓ ଗୋଟିଏ ମାସର ଦରମା ଦାନ କରିଥିଲେ। ଉଲ୍ଲେଖଥାଉ କି, କୋଭିଡ-୧୯ କାରଣରୁ ଭାରତରେ ଏବେ ୫୦ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୨,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.