Below header

ଆଜି ପୁଣି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ, ୫ ଏପ୍ରିଲ୍‌ ରାତି ୯ଟାରେ ୯ ମିନିଟ୍‌ ସମୟ ମାଗିଲେ ମୋଦି

ନୂଆଦିଲ୍ଲୀ: ଆଜି ଲକ୍‌ଡାଉନ୍‌ର ଦଶମ ଦିନ । ନଅ ଦିନ ପରେ ଏପ୍ରିଲ ୫ ତାରିଖ ପାଇଁ ରାତି ୯ଟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମାଗିଲେ ୯ ମିନିଟ୍‌ । ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି ଏପ୍ରିଲ ୫ ରାତି ୯ଟାରେ ଘରର ସବୁ ଲାଇଟ୍‌ ୯ ମିନିଟ ପାଇଁ ବନ୍ଦ ରଖିବା । ଛାତ, ବାଲକୋନୀ କିମ୍ବା ଘର ବାହାରେ ମହମବତୀ, ଦୀପ, ଟର୍ଚ୍ଚ କିମ୍ବା ମୋବାଇଲ୍‌ ଫ୍ଲାସ ଲାଇଟ୍‌ ଲଗାଇବା ।

କିନ୍ତୁ ଅନୁରୋଧ କରିଛନ୍ତି, ଏତିକିବେଳେ ସମସ୍ତେ ଏକାଠି ହେବା ନାହିଁ । ଅର୍ଥାତ୍‌ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ମୋଦି କହିଛନ୍ତି, ଏହି ଦିନ ୧୩୦ କୋଟି ଦେଶବାସୀ ମହାଶକ୍ତିର ଜାଗରଣ କରିବେ । କରୋନା ସଂକଟ ରୂପକ ଅନ୍ଧକାର ବିରୋଧରେ ମିଳିମିଶି ଲଢ଼େଇ କରିବା । କରୋନା ଚେନ୍‌ ଭାଙ୍ଗିବା ପାଇଁ ଏହା ହେଉଛି ରାମବାଣ । ଲକୋନା ସହ ଯୁଦ୍ଧରେ କେହି ଏକୁଟିଆ ନୁହନ୍ତି ।

modi jiପ୍ରଧାନମନ୍ତ୍ରୀ କହିଛନ୍ତି, ଲକ୍‌ଡାଉନ୍‌ ବେଳେ ଶାସନ, ପ୍ରଶାସନ ଓ ସଧାରଣ ଜନତା ସମସ୍ତେ ସହଯୋଗ କରିଛନ୍ତି । ଲକ୍‌ଡାଉନ ବେଳେ ଅନୁଶାସନ ଦେଖାଇଛନ୍ତି ଦେଶବାସୀ । ସମସ୍ତେ ସାମୂହିକ ଶକ୍ତିର ପରିଚୟ ଦେଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.