Below header

ଲୁହରେ ଭିଜିଲା ଗଞ୍ଜାମ ଗୋଳନ୍ଥରା ଡଙ୍କଲପାଡୁ ଗାଁ, ଏକାଠି ଜଳିଲା ୮ ଜଣଙ୍କ ଜୁଇ

ବ୍ରହ୍ମପୁର: ଶୋକାକୂଳ ପରିବେଶରେ ହେଲା ଅନ୍ତିମ ସଂସ୍କାର । ବ୍ରହ୍ମପୁର ବସ୍ ଅଘଟଣରେ ପ୍ରାଣ ହରାଇଥିବା ୧୦ ଜଣଙ୍କ ମଧ୍ୟରୁ ଏକାଠି ଜଳିଛି ୮ ଜଣଙ୍କ ଚିତା । ଏହି ୮ ଜଣଙ୍କ ଘର ଡଙ୍କାଲପାଡୁ ଗ୍ରାମରେ । ଗାଁରେ ସମସ୍ତଙ୍କର ଏକତ୍ର ଅନ୍ତିମ ସଂସ୍କାର କରାଯାଇଛି । ଜଣେ ମୃତକ ଅନ୍ୟ ଏକ ଗାଁର ହୋଇଥିବା ବେଳେ ତାଙ୍କର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

busଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯିବାକୁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ କିପରି ଲାଗିଲା ସେ ନେଇ ତଦନ୍ତ କରାଯିବା ସହ ଭୁଲ୍‌ଥିଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ନିଜଆଡୁ ମାମଲା ରୁଜୁ କରିଛି ଗୋଳନ୍ଥରା ପୋଲିସ। ବ୍ରହ୍ମପୁର ଇଝଚଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ବସ୍ ଡ୍ରାଇଭରଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗତକାଲି ନିର୍ବନ୍ଧ ପାଇଁ ଯିବା ବେଳେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଅନ୍ତର୍ଗତ ମେଣ୍ଢରାଜପୁରରେ ବସ୍‌ରେ କରେଣ୍ଟ ଲାଗି ଯାଇଥିଲା ।

silkcity busଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ୨୫ ଜଣ । ଆହତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତକ ଜଣେ ନାବାଳକ । ଅନ୍ୟ ୮ ଜଣଙ୍କ ଚିକିତ୍ସା କରାଯାଉଛି । ଗୁରୁତରଙ୍କ ପାଇଁ ଏସସିବିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟ୍ରମା ଓ୍ଵାର୍ଡର ୧୦ଟି ବେଡ୍ ପ୍ରସ୍ତୁତ କରାଯିବା ସହ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି । ୪୦ ଜଣ ସର୍ଜନ ରୋଗୀଙ୍କ ଚିକିତ୍ସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.