Below header

ଅଶାନ୍ତ ଖୋର୍ଦ୍ଧାର ଜଟଣୀ ଅଞ୍ଚଳ, ବାଲିଛକ ମୁଣ୍ଡିଆ ସାହିରେ ବୋମାମାଡ଼ ଜଣେ ଆହତ

କେନ୍ୟୁଜ(ବ୍ୟୁରୋ): ପାର୍ବଣ ପୂର୍ବରୁ ଅଶାନ୍ତ ଖୋର୍ଦ୍ଧାର ଜଟଣୀ ଅଞ୍ଚଳ। ବାଲିଛକ ମୁଣ୍ଡିଆ ସାହିରେ ବୋମାମାଡ଼ ହୋଇଛି। ମୁଣ୍ଡିଆ ସାହିର ରବି ପ୍ରଧାନଙ୍କ ଘର ଉପରକୁ ୬ଟି ବୋମା ମାଡ଼ ହୋଇଛି। ଦୁଇ ଦୁର୍ବୃତ୍ତ ଆସି ବୋମାମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏଥିରେ ଜଣେ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତନାଘନା କରିବା ସହ ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.