Below header

ପୁରୀ ବ୍ଲୁ ଫ୍ଲାଗ୍‌ ବିଚରେ ଚାଲିଥିବା ୨ଦିନିଆ ମୋ ବିଚ୍‌ ଯୋଗ ଶେଷ

କେନ୍ୟୁଜ (ବ୍ୟୁରୋ): ବ୍ଲୁ ପ୍ଲାଗ୍‌ ବିଚ୍‌ରେ ଯୋଗକଲେ ମନ୍ତ୍ରୀ ଓ ବିଧାୟକ। ପୁରୀ ବ୍ଲୁ ଫ୍ଲାଗ୍‌ ବିଚରେ ଚାଲିଥିବା ୨ଦିନିଆ ମୋ ବିଚ୍‌ ଯୋଗ ଶେଷ ହୋଇଛି । ୨ୟ ଦିନରେ ସାମିଲ ହୋଇଥିଲେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ଆୟୁଷ ମନ୍ତ୍ରାଳୟ, ବେଳାଭୂମି ତଟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନ ସହାଯାଗରେ ଆୟୋଜିତ କାର୍ଯ୍ୟକ୍ରମରେ ୨ଶହ କୋଭିଡ ଯୋଦ୍ଧା ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ । ବ୍ଲୁ ଫ୍ଲାଗ ବିଚର ସ୍ଥିରିକୃତ ୧୦ଟି ସ୍ଥାନରେ ୨୦ ଜଣ ଲେଖାଏ କୋଭିଡ ଯୋଦ୍ଧା କଟକଣା ଓ ସାମାଜିକ ଦୂରତ୍ୱ ରଖି ଯୋଗ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.