Below header

ଚାଲିଛି ମାଆ ଜଗଜ୍ଜନନୀଙ୍କର ଷୋଡ଼ଶ ଉପଚାର ପୂଜା, ହରଚଣ୍ଡୀ ବେଶରେ ଦର୍ଶନ ଦେଇଛନ୍ତି ମାଆ କଟକ ଚଣ୍ଡୀ

କେନ୍ୟୁଜ(ବ୍ୟୁରୋ): ରାଜ୍ୟର ପ୍ରମୁଖ ଦେବୀ ପୀଠରେ ଚାଲିଛି ମାଆ ଜଗଜ୍ଜନନୀଙ୍କର ଷୋଡ଼ଶ ଉପଚାର ପୂଜା । ଆଜି ହରଚଣ୍ଡୀ ବେଶରେ ଦର୍ଶନ ଦେଇଛନ୍ତି ମାଆ କଟକ ଚଣ୍ଡୀ । ଗତକାଲି ମାଆ ଉଗ୍ରତାରା ବେଶରେ ଦର୍ଶନ ଦେଇଥିଲେ । ଆସନ୍ତାକାଲି ବନଦୁର୍ଗା ବେଶରେ ଦର୍ଶନ ଦେବେ ମା କଟକ ଚଣ୍ଡୀ । ମୂଳାଷ୍ଟମୀରେ ଘଟ ସ୍ଥାପନ ପରଠୁ ଷୋଡ଼ଶ ଉପଚାର ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ମଝିରେ ମଳ ମାସ ପଡିବାରୁ, ଛଅଟି ବେଶ ପରେ ଆଉ ବେଶ ହୋଇ ନ ଥିଲେ ମାଆ । ଏବେ ନବରାତ୍ରରେ ମାଆ ପ୍ରତିଦିନ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.