ଯାଜପୁର ଯୁବ ବିଜେଡିର ହେଲା ନବକଳେବର, କୁଆଖିଆ ଠାରେ ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଯାଜପୁର(କେନ୍ୟୁଜ୍‌) : ଯାଜପୁର ଜିଲ୍ଲା ଯୁବ ବିଜେଡିର ପୁନର୍ଗଠନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦ୍ୱିତୀୟ ଥର ପାଇଁ ଜିଲ୍ଲା ଯୁବ ବିଜେଡିର ସଭାପତି ଭାବେ ପ୍ରତାପ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଜିଲ୍ଲା ବିଜେଡିର ନୂତନ କର୍ମକର୍ତ୍ତା ଭାବେ ୧୦ ଟି ବ୍ଲକ ଓ ୨ଟି ପୈାରାଞ୍ଚଳ ପାଇଁ ଯୁବ ସଭାପତି ମନୋନୀତ ହୋଇଛନ୍ତି ।

jajpur-abaneswar.jpg-1.jpg-2

ଏହି କ୍ରମରେ ଆଜି ଜିଲ୍ଲା ଯୁବ ବଜେଡିର ନୂତନ କର୍ମକର୍ତ୍ତାମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା କୁଆଖିଆସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦଳର ଯୁବ କର୍ମୀମାନେ ନୂତନ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ନୂତନ କର୍ମକର୍ତ୍ତାମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

ଆଗାମୀ ଦିନରେ ଜିଲ୍ଲା ଯୁବ ବିଜେଡିକୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବାକୁ ବୈଠକରେ ଆହ୍ଵାନ ଦିଆଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଯୁବ କର୍ମୀମାନେ ପ୍ରତ୍ୟେକ ପଞ୍ଚାୟତ ଓ ଓ୍ଵାର୍ଡକୁ ଯାଇ ଲୋକମାନଙ୍କୁ ସଚେତନ କରାଇବାକୁ ନିଷ୍ପତି ନେଇଥିଲେ ।  ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଯୁବ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.