ଡ୍ରାଇଭରଙ୍କ ଅସଦାଚରଣରୁ ବଞ୍ଚିବା ପାଇଁ ଚଳନ୍ତା କାର୍‌ରୁ ଡେଇଁଲେ ଦୁଇ ଯୁବତୀ

ଅମୃତସର : ଡ୍ରାଇଭରଙ୍କ ଅସଦାଚରଣରୁ ବଞ୍ଚିବା ପାଇଁ ଦୁଇ ଜଣ ଯୁବତୀ କାର୍‌ରୁ ଡେଇଁପଡ଼ି ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ଜଣେ ଯୁବତୀଙ୍କୁ ଦ୍ରୁତ ଗତିରେ କାର୍‌ ନେଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଏହି ଅଘଟଣ ଘଟିଛି ପଞ୍ଜାବର ଅମୃତସରରେ ।

ସୂଚନାନୁଯାୟୀ, ଏହ ତିନିଜଣ ଯୁବତୀ ରଞ୍ଜିତ ଏଭେନ୍ୟୁ ପାଖରେ ଥିବା ଏକ ରେଷ୍ଟୁରାଣ୍ଟକୁ ଯିବା ପାଇଁ କ୍ୟାବ୍ ବୁକ୍ କରିଥିଲେ। କାର୍ କିଛିବାଟ ଚଳାଇବା ପରେ ଡ୍ରାଇଭର ଜଣକ ତିନି ଯୁବତୀଙ୍କ ମଧ୍ୟରୁ ଜଣଙ୍କ ସହିତ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ । ହେଲେ ୩ ଯୁବତୀ ଏହାକୁ ବିରୋଧ କରିବାରୁ ଡ୍ରାଇଭର ଖୁବ୍ଜୋର୍ରେ ଗାଡ଼ି ଚଳାଇବା ଆରମ୍ଭ କରିଥିଲା ।

ଫଳରେ ଦୁଇ ଯୁବତୀ ଚଳନ୍ତା କାର୍ରୁ ଡେଇଁ ପଡ଼ିଥିଲେ । ଚଳନ୍ତା କାର୍‌ରୁ ଡ୍ରାଇଭର ଡେଇଁ ପଡ଼ିବା ଦେଖି ସ୍ଥାନୀୟ କାର୍‌ ପିଛା କରିଥିଲେ । କିଛି ଦୂରରେ କାର୍‌ରୁ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ସହ ଡ୍ରାଇଭରକୁ ପୋଲିସ୍‌ର ଜିମା ଦେଇଥିଲେ । ପୋଲିସ୍‌ ଡ୍ରାଇଭରକୁ ଗିରଫ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.