ଦ୍ଵିତୀୟ ଦିନରେ ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥ

ଯାଜପୁର ଟାଉନ(କେନ୍ୟୁଜ ବ୍ୟୁରୋ): ଦ୍ଵିତୀୟ ଦିନରେ ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥ। ପରମ୍ପରା ମୁତାବକ ରଥ ପ୍ରତିଷ୍ଠା ପରେ ମା ବିରଜାଙ୍କ ରଥ ମନ୍ଦିର ଚାରିପଟେ ପରିକ୍ରମା କରିଥିଲା । ରଥଯାତ୍ରା ସମୟରେ ଘଣ୍ଟା ଘଣ୍ଟା,କାହାଳି ଓ ହରିବୋଲ ଧ୍ୱନୀରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା । ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। କରୋନା କଟକଣା ଭିତରେ କେବଳ ସେବାୟତ ମାନଙ୍କ ଦ୍ୱାରା ଏହି ରଥ ଟଣା ଯାଇଥିଲା ।

ରଥଟଣା ସମୟରେ ବିରଜା ମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରାଯାଇଛି । କୌଣସି ସାଧାରଣ ଭକ୍ତଙ୍କୁ ରଥ ପାଖକୁ କିମ୍ଵା ରଥ ଟାଣିବାକୁ ବାରଣ କରାଯାଇଛି । ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ମାଙ୍କ ରଥ ପ୍ରତିଦିନ ମନ୍ଦିର ଚାରିପଟେ ବେଢା ପରିକ୍ରମା କରିବ। ଆଜି ରଥଯାତ୍ରା ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ ମନ୍ଦିର ପ୍ରଶାସନ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.