ମୋହନା : ଗୋ ମାଂସ କଟାକୁ ନେଇ ଉତ୍ତେଜନା

ମୋହନା,( କେନ୍ୟୁଜ୍‌) : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡ଼ବା ଥାନା ଅନ୍ତର୍ଗତ ବେବିରି ନୂଆସାହି ଗ୍ରାମ ଠାରେ ଗୋ ମାଂସ କଟାକୁ ନେଇ ଉତ୍ତେଜନା ଦେଖାଦେଇଛି । ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ପୋଲିସ ପହଞ୍ଚି ଘଟଣାର ସମାଧାନ କରିଥିବା ଜଣାପଡିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନରେ ଅଡବା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ବେବିରି ଗ୍ରାମରେ କିଛି ପର୍ବ ପାଳନକୁ ନେଇ ଭୋଜି ଭାତର ଆସର ଜମିଥିଲା । ତେବେ ଭୋଜି ପାଇଁ ଗୋରୁ କୁ ହତ୍ଯା କରାଯାଇଥିବା ଖବର ପାଇ ଅଡ଼ବା ଗ୍ରାମର କିଛି ଯୁବ ଗୋଷ୍ଠୀ ଘଟଣା ସ୍ଥାଳରେ ପହଞ୍ଚିଥିଲେ  ଏବଂ ଗୋ ମାଂସ କଟାକୁ ବିରୋଧ କରିଥିଲେ ।

ଏନେଇ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହେବା ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । କିନ୍ତୁ ସେତେବେଳକୁ ଗୋ ମାଂସକୁ କଟାଳିମାନେ ଗାୟବ ହୋଇଯାଇଥିଲେ l ଅନ୍ୟପଟେ ଖବର ଲେଖା ଶେଷସୁଦ୍ଧା ଏନେଇ ଥାନା ରେ କୌଣସି ମାମଲା ରୁଜୁ ହୋଇନାହିଁ ।

ଗୋ ହତ୍ୟା ପାଇଁ ଆଇନ ରେ ଦଣ୍ଡବିଧାନ ର ବ୍ୟବସ୍ଥା ରହିଥିବା ବେଳେ ସଚେତନତା ଅଭାବ ରୁ ମୋହନା ଅଞ୍ଚଳ ରେ ଦିନକୁ ଦିନ ଏହା ବଢ଼ି ଚାଲିଛି । ଏହି ଘଟଣାକୁ ନେଇ କୌଣସି ସଂଗଠନ ପକ୍ଷରୁ ଏତଲା ଦିଆଯାଇ ନାହିଁ । ପୋଲିସ ଘଟଣାର ତନନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.