ଦୀର୍ଘ ୬୮ ବର୍ଷ ପରେ ଟାଟା ସନ୍ସ ହାତକୁ ଗଲା “ଏୟାର ଇଣ୍ଡିଆ”

ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆକୁ ବିଦ୍ଧିବଦ୍ଧ ଭାବେ କିଣିଲା ଟାଟା ସନ୍ସ | ଦୀର୍ଘ ୬୮ ବର୍ଷ ପରେ ଟାଟା ହାତକୁ ଆସିଲା ଏୟାର ଇଣ୍ଡିଆ କମ୍ପାନୀ । କଂପାନିରୁ ପୁଞ୍ଜି ପ୍ରତ୍ୟାହାର କରିବା ନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ ନିଲାମ ଡକା ଯାଇଥିଲା । ଶେଷରେ ୧୮ ହଜାର କୋଟି ଟଙ୍କାର ନିଲାମ ଡାକି ଏୟାର ଇଣ୍ଡିଆକୁ ନିଜ ହାତକୁ ନେଇଛି । ଆଜି ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏକଥା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ ଘୋଷଣା କରିଛନ୍ତି । ଡିସେମ୍ବର ସୁଦ୍ଧା ଏୟାର ଇଣ୍ଡିଆର ସମସ୍ତ ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।

ଆଜି ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଣ୍ଡେ କହିଛନ୍ତିଯେ ଚଳିତ ବର୍ଷ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ଏୟାର ଇଣ୍ଡିଆ ଉପରେ ପାଖାପାଖି ସାଢେ ୬୧ ହଜାର କୋଟି ଟଙ୍କାର ଋଣ ରହିଥିଲା । ଏହାର ୧୫,୩୦୦ କୋଟି ଟଙ୍କା ବିଡର ପ୍ରଦାନ କରିବେ । ତେଣୁ ବାକି ୪୬,୨୬୨ କୋଟି ଟଙ୍କାର ଋଣ ଏୟାର ଇଣ୍ଡିଆ ଆସେଟ୍ସ ହୋଲ୍ଡିଂ ଲିଃ(ଏଆଇଏଏଚଏଲ)କୁ ଟ୍ରାନ୍ସଫର କରାଯିବ । କହିରଖିବା ଉଚିତ ହେବକି ଏଆଇଏଏଚ୍‌ଏଲ ହେଉଛି ସରକାରଙ୍କ ଦ୍ୱାରା ଗଠିତ ଏକ ଏସିଭି କମ୍ପାନୀ । ଯାହା ଦେଶର ଅର୍ଥନୀତି ବ୍ୟାପର ସମ୍ପର୍କରେ ତଦାରଖ କରିଥାଏ।

ଟାଟା ସନ୍ସ ଏୟାର, ଏୟାର ଇଣ୍ଡିଆ ସଟ୍ସ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୫୦% ଶେୟାର ହାସଲ କରିଛି । ଏୟାର ଇଣ୍ଡିଆ ବିକ୍ରି କରି ସରକାର ୨,୭୦୦ କୋଟି ଟଙ୍କା ପାଇବେ । ବାକି ସବୁ ସରକାରଙ୍କ ଋଣ ଯାହାକୁ ଏୟାର ଇଣ୍ଡିଆ ଟେକ ଓଭର କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.