Below header

ଟ୍ରାଞ୍ଜାକ୍ସନ ନିୟମରେ ବଡ଼ ପରିବର୍ତ୍ତନ ଆଣିଲା ଆରବିଆଇ, ୨ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ବଢ଼ିଲା ସୀମା

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ ଦେଶର ସାଧାରଣ ଜନତାଙ୍କ ପାଇଁ ଏକ ନୂଆ ଘୋଷଣାନାମା ଜାରି କରିଛି । ଦେଶର ସର୍ବୋଚ ବ୍ୟାଙ୍କର ନିଷ୍ପତ୍ତି ଅନୁଯାୟୀ ଯଦି ଆପଣ ବି ଆଇଏମପିଏସ ସର୍ଭିସ ବ୍ୟବହାର କରୁଛନ୍ତି ତେବେ ଆପଣ ପ୍ରତିଦିନ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଟ୍ରାଞ୍ଜାକ୍ସନ କରିପାରିବେ । ପୂର୍ବରୁ ଏହି ସୁବିଧା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ ନୂଆ ନିୟମ ଅନୁଯାୟୀ ତାହାକୁ ବଢ଼ାଇ ୫
ଲକ୍ଷ କରିଦିଆ ଯାଇଛି । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଆଇଏମପିଏସ ସର୍ଭିସ ଖୁବ ଲାଭଦାୟୀ । ଏହି ସର୍ଭିସ ଜରିଆରେ ଆପଣ କେଉଁଠିକୁ ବି ସହଜରେ ଟଙ୍କା ଟ୍ରାନ୍ସ୍ଫର କରିପାରିବେ । ଆଇଏମପିଏସ ବ୍ୟତୀତ ଗ୍ରାହକ ମାନଙ୍କୁ ଏନଇଏଫଟି ଓ ଆର୍ଟିଜିଏସ ସୁବିଧା ମାନ ମଧ୍ୟ ଦିଆଯାଉଛି । ଯଦି ଆପଣ ଆଇଏମପିଏସ ମାଧ୍ୟମରେ ଟଙ୍କା ଦେଣନେଣ କରୁଥାନ୍ତି ତେବେ ଏଥିପାଇଁ ଆପଣଙ୍କୁ କୌଣସି ଫି ଦେବାକୁ ହେବନାହିଁ । ଏହାବାଦ ଆପଣ ଦିନର ୨୪ ଘଣ୍ଟା ଭିତରେ କେତେ ବେଳେ ବି ଟଙ୍କା ଟ୍ରାନ୍ସ୍ଫର କରିପାରିବେ । ଅର୍ଥାତ ସମୟର କୌଣସି ପ୍ରକାର ପାବନ୍ଦୀ ନାହିଁ । ଏହି ସର୍ଭିସର ଲାଭ ନେବା ପାଇଁ ଆପଣଙ୍କ ପାଖରେ ସ୍ମାର୍ଟ ଫୋନ ଟିଏ ଥିବା ନିହାତି ଜରୁରୀ । ଏହାସହ ମୋବାଇଲ ବ୍ୟାଙ୍କିଙ୍ଗ ସୁବିଧା ବି ଥିବା ଆବଶ୍ୟକ ।

ଏହାବାଦ ଯାହା ପାଖକୁ ଆପଣ ଟଙ୍କା ପଠାଉଛନ୍ତି ତାଙ୍କ ବାବଦରେ ପୁଙ୍ଖାନୁପୁଙ୍ଖ ତଥ୍ୟ ଦେବାକୁ ପଡିବ । ଅନ୍ୟପକ୍ଷରେ ଆଜି ଆରବିଆଇ ଗଭର୍ନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ତରଫରୁ ମନିଟରିଂ ପଲିସୀ କମିଟି ଦ୍ୱାରା ନିଆଯାଇଥିବା ରେଜଲ୍ଟ ବାବଦରେ ଘୋଷଣା କରାଯାଇଛି । ଯେଉଁଥିରୁ ଜଣାଯାଇଛିଯେ ଲଗାତାର ୮ମ ଥର ପାଇଁ ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି । ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାଶଙ୍କ ଅନୁଯାୟୀ ଗତ ତ୍ରୟମାସିକ ପାଇଁ ରେପୋ ରେଟ ୪ ପ୍ରତିଶତରେ ସ୍ଥିର ରହିବ ଯେବେକି ରିଭର୍ସ ରେପୋ ରେଟ ୩.୫୫ ପ୍ରତିଶତ ପର୍ଯ୍ୟନ୍ତ ରହିବ । ଯେବେକି ମାର୍ଜିନାଲ ସ୍ଟାନଡର୍ଡ ଫେଂସିଲିଟି ରେଟ ଓ ବ୍ୟାଙ୍କ ରେଟ ୪.୨୫ ପ୍ରତିଶତ ପର୍ଯ୍ୟନ୍ତ ରହିବ । ୬ ଜଣଙ୍କୁ ନେଇ ଗଠିତ ମନିଟରି ପଲିସୀ କମିଟିର ତିନି ଦିନିଆ ବୈଠକରେ ସୁଧ ହାର ସ୍ଥିର ରଖାଯାଇଛି ।

କହିରଖିବା ଉଚିତ ହେବକି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପିଲାଙ୍କ ପଢ଼ା ଖର୍ଚ୍ଚ ନେଇ ଏକ ନୂଆ ନିୟମ ଜାରି ହୋଇଛି । ଯଦି ଆପଣ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରୀ କରୁଛନ୍ତି ଆଉ ପିଲାମାନଙ୍କ ପଢ଼ା ଖର୍ଚ୍ଚର ଲାଭ ଏଯାବତ ନେଇନାହାନ୍ତି କିମ୍ବା କୌଣସି କାରଣବଶତଃ ଆପଣଙ୍କୁ ମିଳିପାରିନାହିଁ ତେବେ ଆପଣ ଏହାକୁ ନେଇ ଅଭିଯୋଗ କରିପାରିବେ । ଏବେ ସରକାର ଅଭିଯୋଗ ପତ୍ର ସହିତ ଏକ କପି ବି ଜାରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.