Below header

ବାଂଶପାଳ : ଗୋରୁ ପଲ ବିରି ଖାଇଦେବାରୁ ଯୁବକଙ୍କୁ ତୀର ମାରି ହତ୍ୟା

ବାଂଶପାଳ (କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା କୋଡାକଳା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋରୁ ପଲ ବିରି ଖାଇଦେବାରୁ ଯୁବକଙ୍କୁ ତୀର ମାରି ହତ୍ୟା କରାଯାଥିବା ଜଣାପଡିଛି ଅଭିଯୋଗ ହୋଇଛି । ମୃତକ ହେଲେ ନୀଳ ଗିରି(୨୮) ।

nila

ସୂଚନାନୁସାରେ ଗତକାଲି ଅପରାହ୍ନରେ ଗ୍ରାମର ଜଗଦୀଶ ଦେହୁରୀ, ସାଗୁ ଦେହୁରୀ, ନିଳ ଗିରି ଗାଁ ପାଖ ଜଙ୍ଗଲରେ ଗାଈ ଚରାଉ ଥିଲେ । ତେବେ ଗୋରୁ ପଲ ରୁ କିଛି ଗୋରୁ ବାହାରିଯାଇ ଚଷା ଦେହୁରୀଙ୍କ ଘର ନିକଟରେ ଚାଷ କରିଥିବା ବିରି ବାଡି ରେ ପଶି ବିରି ଖାଇ ଦେଇଥିଲେ । ଗୋରୁ ପଲ ବିରି ଖାଇଦେବାରୁ ଚଷା ରାଗିଯାଇ ଜଗଦୀଶ, ସାଗୁ ଓ ନୀଳକୁ ଏକ ଟାଙ୍ଗିଆ ରେ ପ୍ରଥମେ ଆକ୍ରମଣ କରିଥିଲା ।

ତେବେ ଆକ୍ରମଣ ହେବାରୁ ସାଗୁ ଓ ଜଗଦିଶ ଜଂଗଲକୁ ଦୌଡ଼ି ପଳେଇ ଥିଲେ । ପରେ ଚଷା ନୀଳକୁ ଏକ ଚଢେଇ ମରା ବାଟୁଳି ରେ ତୀର ଲଗାଇ ଆକ୍ରମଣ କରିଥିଲା । ଫଳରେ ତୀରଟି ନୀଳ ର ପେଟ ରେ ପଶି ଯାଇଥିଲା ଓ ସେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲା ।

ପରେ ଘଟଣା ବିଷୟରେ ଜଗଦୀଶ ଓ ସାଗୁ ଗାଁକୁ ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ରାତିରେ ପୋଲିସକୁ ଜଣାଇବା ପରେ ନୟାକୋଟ ଥାନା ପୋଲିସ ଆଜି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.