ଢ଼ିଙ୍କିଆରେ ଜନଶୁଣାଣି ଶିବିରରେ ଉତ୍ତେଜନା, ଗ୍ରାମବାସୀଙ୍କୁ ଦିଆଯାଉନାହିଁ ନିଜ ମତ ରଖିବାର ସୁଯୋଗ

ପାରାଦୀପ(କେନ୍ଯୁଜ୍): ଢ଼ିଙ୍କିଆରେ ଜନଶୁଣାଣି ଶିବିରରେ ଉତ୍ତେଜନା । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାରଣ କରାଯିବା ସହିତ ପ୍ରକଳ୍ପକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ନିଜ ମତ ରଖିବାର ସୁଯୋଗ ଦିଆଯାଉନାହିଁ। ଯାହାକୁ ନେଇ କିଛି ଗ୍ରାମବାସୀ ଜନଶୁଣାଣି ଶିବିର ସମ୍ମୁଖରେ ହୋହଲ୍ଲା କରିଥିଲେ । କେବଳ ଜିନ୍ଦଲ କମ୍ପାନୀର ସପକ୍ଷବାଦୀଙ୍କୁ କହିବାକୁ ଦିଆଯିବା ସହ ବିରୋଧୀମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନଥିବା ନେଇ କିଛି ଗ୍ରାମବାସୀ କହିଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜେଏସଡବ୍ଲୁ ପ୍ରକଳ୍ପ ନିମନ୍ତେ ତୃତୀୟ ଥର ପାଇଁ ଆଜି ଢ଼ିଙ୍କିଆ ପଞ୍ଚାୟତରେ ଜନଶୁଣାଣି ଅନୁଷ୍ଠିତ ହେଉଛି। ହାଇକୋର୍ଟର ଚାରିଜଣିଆ ଟିମ୍‌ଙ୍କ ସହ ଜଗତସିଂହପୁର ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଜନଶୁଣାଣି । ଢ଼ିଙ୍କିଆ ପଞ୍ଚାୟତ ଅଫିସରେ ଚାଲିଥିବା ଏହି ଜନଶୁଣାଣି ଶିବିରରେ ଢ଼ିଙ୍କିଆ, ମାହାଳ, ପାଟଣା, ଗୋବିନ୍ଦପୁର ଗ୍ରାମବାସୀ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରୁଛନ୍ତି। ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି। ପଞ୍ଚାୟତ ଅଫିସ ପ୍ରବେଶ ପୂର୍ବରୁ ଗ୍ରାମବାସୀମାନେ ନିଜର ଆଧାରକାର୍ଡ଼ ଦେଖାଇ ଭିତରକୁ ପ୍ରବେଶ କରୁଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜନଶୁଣାଣି ଶିବିରକୁ ପ୍ରଶାସନ ତରଫରୁ ବାରଣ କରାଯାଇଛି । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି।