ପିଲାଚୋରି ଗୁଜବକୁ ନେଇ ବୋଲଗଡରେ ଛାତିଥରା ଘଟଣା, ନୀରିହର ଜୀବନ ଯାଇଥିବା ଅଭିଯୋଗ

ପିଲାଚୋରି ଗୁଜବକୁ ନେଇ ଘଟୁଛି ଅଭାବନୀୟ ଘଟଣା । କେଉଁଠି ନୀରିହ କିଏ ମାଡ ଖାଇ ଲହୁଲୁହାଣ ହେଲାଣି ତ ଆଉ କେଉଁଠି କିଏ ମୃତ୍ୟୁବରଣ କଲାଣି । ପୁଣି କେଉଁ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେଲାଣି । ସେପଟେ ବୋଲଗଡ ଅଞ୍ଚଳରେ କନ୍ଧମାଳ ଜିଲ୍ଲାର ଜୈନିକ ବ୍ୟକ୍ତିକୁ ନେଇ ଥାନାରେ ଅଭିଯୋଗ ପରେ ଏବେ ପିଲାଚୋରୀ ଚର୍ଚ୍ଚାରେ ବୋଲଗଡ ।

ବେଗୁନିଆ(କେନ୍ୟୁଜ): ପିଲାଚୋରି ଗୁଜବକୁ ନେଇ ଘଟୁଛି ଅଭାବନୀୟ ଘଟଣା । କେଉଁଠି ନୀରିହ କିଏ ମାଡ ଖାଇ ଲହୁଲୁହାଣ ହେଲାଣି ତ ଆଉ କେଉଁଠି କିଏ ମୃତ୍ୟୁବରଣ କଲାଣି । ପୁଣି କେଉଁ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେଲାଣି । ସେପଟେ ବୋଲଗଡ ଅଞ୍ଚଳରେ କନ୍ଧମାଳ ଜିଲ୍ଲାର ଜୈନିକ ବ୍ୟକ୍ତିକୁ ନେଇ ଥାନାରେ ଅଭିଯୋଗ ପରେ ଏବେ ପିଲାଚୋରୀ ଚର୍ଚ୍ଚାରେ ବୋଲଗଡ ।

ସତ କହିବାକୁ ଗଲେ ରାଜ୍ୟରେ ଏବେ ପିଲା ଚୋରିର ଗୁଜବ ଜୋର ଧରିଥିବା ବେଳେ ବୋଲଗଡ ଅଞ୍ଚଳରେ ସୃଷ୍ଟି ହୋଇଛି କୋକୁଆ ଭୟ । ପିଲାମାନଙ୍କୁ ଏକୁଟିଆ କିଏ କେଉଁଆଡେ ଛାଡୁ ନ ଥିବା ବେଳେ ଅଜଣା ଅପରିଚିତ ବ୍ୟକ୍ତିଙ୍କୁ ଦେଖିଲେ ସ୍ଥାନୀୟ ଲୋକ ମାରପିଟ କରୁଥିବା ଦେଖିବାକୁ ମିଳୁଛି । ଏଥିସହିତ ଅନେକ ଗାଁରେ ଲୋକମାନେ ରାତିରେ ଉଜାଗର ହୋଇ ଜଗି ରହୁଛନ୍ତି । ଗତ ୨ତାରିଖ ରାତିରେ ବୋଲଗଡ ବ୍ଲକର ଚୂଡା,କପାସିଆ, ଅରଖପଲ୍ଲି ଆଦି ଗାଁର ଲୋକମାନେ ପିଲାଚୋରକୁ ଖୋଜିବା ଆଳରେ ଗହୀର ସାରା ଗଦାହୋଇଥିବା ପାଳ ଏବଂ ନଡା ଗଦାରେ ନିଆଁ ଲଗାଇ ଦେଇଥିଲେ, ଏପରିକି ରାତିସାରା ବୋଲଗଡ ପୋଲିସ ନୟାନ୍ତ ହୋଇଥିଲା ।

ତେବେ ଏଥିଯୋଗୁଁ ଅନେକ ନିରୀହ ଅଜଣା,ଅପରିଚିତ ଏବଂ ପାଗଳ ଲୋକ ସ୍ଥାନୀୟ ଜନସାଧାରଣଙ୍କ ମାଡର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଏମିତି ଏକ ଅଭାବନୀୟ ଘଟଣା ବୋଲଗଡ ଅଞ୍ଚଳରେ ଘଟିଛି ଯାହା ଶୁଣିଲେ ଛାତି ଥରାଇ ଦେବ । ପିଲାଚୋର ସନ୍ଦେହ କରି କନ୍ଧମାଳ ଜିଲ୍ଲାର ଜଣେ ବ୍ୟକ୍ତିକୁ ବୋଲଗଡ ଅଞ୍ଚଳରେ କିଛି ଲୋକ ଜୀବନରୁ ଦେଇଥିବା ନେଇ ବୋଲଗଡ ଥାନାରେ ଅଭିଯୋଗ କରିଛନ୍ତି କନ୍ଧମାଳ ଜିଲ୍ଲାର କିଛି ଲୋକ । ଯାହାକି ପିଲାଚୋରି ଗୁଜବର କରୁଣ ପରିଣତି ବୋଲି କୁହାଯାଉଛି ।

ତେବେ ଅଭିଯୋଗ ଅନୁଯାୟୀ କନ୍ଧମାଳ ଜିଲ୍ଲାର ଜି-ଉଦୟଗିରି ଅଞ୍ଚଳର ରୁପସିହ ପ୍ରଧାନ ଗତ ୩୧ ତାରିଖରେ ଭୁବନେଶ୍ୱରରୁ ନିଜ ଗାଁ କନ୍ଧମାଳ ବସରେ ଫେରୁଥିବା ବେଳେ ବୋଲଗଡ ଦିଘିରି ଗାଁ ନିକଟରେ ବସ୍ ରୁ ଓହ୍ଲାଇ ଯାଇଥିଲେ । ତେବେ ଭୁଲ ବଶତଃ ବସ୍ ଫେଲ ହୋଇ ରାତିରେ ଗାଁରେ ବୁଲୁଥିବା ବେଳେ ଗାଁ ଲୋକ ପିଲା ଚୋର ସନ୍ଦେହ କରି ଉକ୍ତ ପ୍ରଧାନକୁ ବାନ୍ଧି ମାରଧର କରିଥିଲେ ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ପରେ ସ୍ଥାନୀୟ ଲୋକ ତାକୁ କେଉଁଠି ପୋତି ଦେଇଥିବା ଅଭିଯୋଗ କରିଛନ୍ତି କନ୍ଧମାଳ ଜିଲ୍ଲାର ମୃତକଙ୍କ ପରିବାର । ସେପଟେ ବୋଲଗଡ ପୋଲିସ ଅଭିଯୋଗ ଗ୍ରହଣ କରି ଏକ ମିସକେସ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏବେ ଅନେକ ଗାଁରେ ପିଲାଚୋର ସନ୍ଦେହରେ କିଛି ଲୋକ ମାଡ ଖାଉଥିବା ଦେଖିବାକୁ ମିଳୁଛି ।

ସେପଟେ ଏହା ଏକ ଗୁଜବ ଏବଂ ଏବଂ ଏଯାଏଁ ବୋଲଗଡ କିମ୍ବା ବେଗୁନିଆ ଅଞ୍ଚଳରେ କୌଣସି ପିଲା ନିଖୋଜ ହୋଇ ନ ଥିବା ବେଳେ ଏଥିରେ ଭୟଭିତ ନ ହୋଇ କାହାରିକୁ ଅଯଥାରେ ନ ବାଡେଇ ପୋଲିସକୁ ଖବର ଦିଅନ୍ତୁ ବୋଲି କହିଛନ୍ତି ଖୋର୍ଦ୍ଧାର ଏସ୍ ଡି ପି ଓ ଦିଲ୍ଲିପ କୁମାର ଦାସ । ତେବେ ଏଯାଏ କେଉଁଠି ପିଲା ନିଖୋଜ ସଂକ୍ରାନ୍ତରେ ଅଭିଯୋଗ ନଥିବା ବେଳେ ଏହା ଏକ ଗୁଜବ ମାତ୍ର ବୋଲି କୁହାଯାଉଥିବାବେଳେ ଆମେ ବି ଅନୁରୋଧ କରୁଛୁ ଭୟଭିତ ନ ହେବା ପାଇଁ । ଏବଂ ଆଇନକୁ ହାତକୁ ନେଇ କିଛି ଅଘଟଣ ନଘଟାଇବା ପାଇଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.