Below header

ଟ୍ରକ ଚକା ତଳେ ଗଲା ଯୁବକଙ୍କ ଜୀବନ, ଗାଡ଼ିରେ ନିଆଁ ଲଗେଇ ଦେଲେ ସ୍ଥାନୀୟ ଲୋକେ

ଟ୍ରକ ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସଦର ଥାନା ବାଂଶପାଳ ବ୍ଲକ ଅଧୀନ ଏକ ଘରୋଇ ପ୍ଲାଣ୍ଟ ନିକଟରେ ଘଟିଛି । ମୃତକ ହେଲେ ସ୍ଥାନୀୟ ବିନିନ୍ଦା ଗ୍ରାମର ସନ୍ତୋଷ ଦେହୁରୀ ।

ବାଂଶପାଳ (କେନ୍ୟୁଜ): ଟ୍ରକ ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସଦର ଥାନା ବାଂଶପାଳ ବ୍ଲକ ଅଧୀନ ଏକ ଘରୋଇ ପ୍ଲାଣ୍ଟ ନିକଟରେ ଘଟିଛି । ମୃତକ ହେଲେ ସ୍ଥାନୀୟ ବିନିନ୍ଦା ଗ୍ରାମର ସନ୍ତୋଷ ଦେହୁରୀ ।

ସୂଚନା ଅନୁସାରେ ସନ୍ତୋଷ ରାସ୍ତା କଡ଼ରେ ଯାଉଥିବା ସମୟରେ ଏକ ୧୪ ଚକିଆ ଟ୍ରକ ଚଢି ଯିବା ଯୋଗୁ ତାଙ୍କ ଅଣ୍ଟାରୁ ଉପର ଭାଗ ସମ୍ପୂର୍ଣ୍ଣ ଖଣ୍ଡ ବିଖଣ୍ଡ ହୋଇ ଯାଇଛି । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ସେମାନେ ଟ୍ରକଟିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଟ୍ରକ୍‌ ଡ୍ରାଇଭରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି । ସୂଚନା ପାଇ ମୟାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.