ହିଟ୍ ୱେଭ ପାଇଁ ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ, ୬ରୁ ସାଢ଼େ ୧୦ଟା ଯାଏଁ ରହିବ ଖୋଲା

ହିଟ୍ ୱେଭ ପାଇଁ ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ । ଏନେଇ ସମ୍ବଲପୁର ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ଯାଏଁ ଖୋଲା ରହିବ । ସେହିପରି ଶ୍ରମିକମାନେ ଦିନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ଯାଏ କାମ କରିବା ଉପରେ କଟକଣା ଜାରି କରାଯାଇଛି ।

ସମ୍ୱଲପୁର (କେନ୍ୟୁଜ): ହିଟ୍ ୱେଭ ପାଇଁ ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ । ଏନେଇ ସମ୍ବଲପୁର ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ଯାଏଁ ଖୋଲା ରହିବ । ସେହିପରି ଶ୍ରମିକମାନେ ଦିନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ଯାଏ କାମ କରିବା ଉପରେ କଟକଣା ଜାରି କରାଯାଇଛି । ଏହା ସହ ହସ୍ପିଟାଲ ଗୁଡିକରେ ଅଂଶୁଘାତ ଓ୍ୱାର୍ଡ ଖୋଲିବା ନେଇ ନିର୍ଦ୍ଦେଶ ଦେବା ସହ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ।

ସେହିପରି ଜଳଛତ୍ର ଖୋଲିବା ସହ ପାନୀୟ ଜଳ ସମସ୍ୟା ଥିବା ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଣ କରିବାକୁ କୁହାଯାଇଛି । ଏନେଇ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ସିଡିଏମଓ, ଡିଇଓ ଓ ବିଇଓଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଅନ୍ୟପଟେ  ଜିଲ୍ଲାରେ ପ୍ରାୟ ୫ ଦିନ ହେବ ୪୦ ଡିଗ୍ରୀ ତାପମାତ୍ରା ରହୁଛି। ଏକାଧିକ ସ୍ଥାନରେ ୪୧ ଡିଗ୍ରୀ ତାପମାତ୍ରା ରହୁଛି । ଏଭଳିସ୍ଥଳେ ସ୍କୁଲରୁ ଛାତ୍ରୀଛାତ୍ର ପୂର୍ବାହ୍ନ ସାଢ଼େ ୧୧ଟାରେ ଫେରିବା ବେଳେ ହଇରାଣ ହେଉଥିଲେ। । ବର୍ତ୍ତମାନ ରାଜ୍ୟରେ ସକାଳ ୯ଟାରୁ ଟାଇଁଟାଇଁ ଖରା । ଗତକାଲି ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଛି ୭ ସହରର ତାପମାତ୍ରା । ଆଜିଠୁ ଆହୁରି ବଢ଼ିବ ତାତି । ଆଗାମୀ ୫ଦିନ ଯାଏ ତାତିରୁ ନିସ୍ତାର ନାହିଁ । ରାଜ୍ୟକୁ ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ଓ ତତଲା ବାୟୁ ପ୍ରବାହିତ ହେଉଛି । ଏହା ସହ ସୂର୍ଯ୍ୟଙ୍କ କିରଣ ପ୍ରଖର ଥିବାରୁ ତାପମାତ୍ରା ବୃଦ୍ଧି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.