ଗାଡ଼ି ଚାଳକଙ୍କୁ ଚେତାବନୀ, ଏଣିକି ଟ୍ରାଫିକ୍‌ ଛକରେ ମୋବାଇଲ ବ୍ୟବହାର କଲେ ଗଣିବେ ଜରିମାନା

ଟ୍ରାଫିକ୍‌‌ ଛକ ଗୁଡିକରେ ଗାଡି ଅଟକିଥିବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ଏଥିପାଇଁ ନୂଆ ନିୟମ ଜାରି କରାଯାଇଛି । ନିୟମ ନ ମାନିଲେ ସିଧାସଳଖ ଗାଡ଼ି ଜବତ କରି ଉଠାଇ ନେଇପାରେ ପୋଲିସ । ଏଥିପାଇଁ ଗାଡ଼ି ଚାଳକଙ୍କୁ କମିସନରେଟ ପୋଲିସ ଚେତାବନୀ ଜାରି କରିଛି ।

ଭୁବନେଶ୍ୱର (କେନ୍ୟୁଜ): ଟ୍ରାଫିକ୍‌‌ ଛକ ଗୁଡିକରେ ଗାଡି ଅଟକିଥିବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ଏଣିକି ଟ୍ରାଫିକ ଛକରେ ମୋବାଇଲ ଫୋନ୍‌‌ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ଏଥିପାଇଁ ନୂଆ ନିୟମ ଜାରି କରାଯାଇଛି । ନିୟମ ନ ମାନିଲେ ସିଧାସଳଖ ଗାଡ଼ି ଜବତ କରି ଉଠାଇ ନେଇପାରେ ପୋଲିସ । ଏଥିପାଇଁ ଗାଡ଼ି ଚାଳକଙ୍କୁ କମିସନରେଟ ପୋଲିସ ଚେତାବନୀ ଜାରି କରିଛି ।

କାରଣ ଅନେକ ସମୟରେ ଟ୍ରାଫିକ୍‌‌ ଛକରେ ସିଗ୍‌‌ନାଲ ନାଲି ହେଲେ ଚାଳକ ଅଟକିଯାଆନ୍ତି ।  ପରେ ସମୟ କାଟିବା ପାଇଁ ମୋବାଇଲ୍‌‌ ଫୋନ୍‌‌କୁ ପକେଟ୍‌‌ରୁ କାଢ଼ି ବ୍ୟବହାର କରନ୍ତି ।  କିଏ ଫେସ୍‌‌ବୁକ୍‌‌ ଖୋଲେ, ପୁଣି କିଏ ୟୁ-ଟ୍ୟୁବ କିମ୍ବା ଇନ୍‌‌ଷ୍ଟାଗ୍ରାମ୍‌‌ରୁ ଭିଡିଓ ଖୋଜି ଦେବେ । ହେଲେ ଏଣିକି ଟ୍ରାଫିକ ଛକରେ ଛିଡ଼ା ହୋଇ ମୋବାଇଲ ଫୋନ୍‌‌ରେ ଟାଇମ୍‌‌ପାସ୍‌‌ କରିପାରିବ ନାହିଁ ।  ଟ୍ରାଫିକ ସିଗ୍‌‌ନାଲ ଡ୍ରାଇଭିଂର ଏକ ଅଂଶ ହୋଇଥିବା ଯୋଗୁଁ ଏହି ନିୟମ କରାଯାଇଛି । ଉଲ୍ଳଂଘନ ଲାଗି ଚାଳକଙ୍କ ଠାରୁ ଜରିମାନା ଆଦାୟ କରା ନ ଯାଇ ଗାଡ଼ିଗୁଡ଼ିକୁ ଜବତ କରାଯାଉଛି ।

ପୂର୍ବରୁ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍, ଇୟର ଫୋନ୍ ବା ବ୍ଲୁ-ଟୁଥ ଡିଭାଇସର କୌଣସି ପ୍ରକାର ବ୍ୟବହାର ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଥିପାଇଁ କମିସନରେଟ ପୋଲିସ ମଧ୍ୟ ଖୁବ ଆକ୍ଟିଭ ରହିଛି । ନିୟମର ଉଲ୍ଲଙ୍ଘନ କଲେ ଓଡ଼ିଶା ମୋଟରଯାନ ଆଇନ ଅନୁସାରେ, ୫ ହଜାର ଟଙ୍କା ଜରିମାନାଏବଂ ସହରାଞ୍ଚଳ ପୋଲିସ ଆଇନ୍ ଅନୁସାରେ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ । ତେବେ ଫାଇନ ଆଦାୟ କରିବା ବ୍ୟତୀତ ଡ୍ରାଇଭିଂ କିମ୍ବା ଟ୍ରାଫିକ ଛକରେ ମୋବାଇଲ ବ୍ୟବହାର କରୁଥିବା ଚାଳକଙ୍କ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ ।

ସେହିପରି ମୋବାଇଲ ଫୋନ୍‌‌ ବ୍ୟବହାର କରି ଗାଡ଼ି ଚାଳକଙ୍କ ଧରିବା ସହ ଧରପଗଡ଼କୁ ଜୋର୍‌‌ଦାର କରିବା ପରେ ଗଳାବାଟ ଖୋଜିଛନ୍ତି ଅମାନିଆ ଚାଳକ। ପୋଲିସ କବଳରୁ ବର୍ତ୍ତିବା ଲାଗି କାନରେ ଇୟରଫୋନ୍‌‌ ଲଗାଉଛନ୍ତି । ଏଣିକି ଇୟରଫୋନ୍‌‌ ଲଗାଇ ଗାଡ଼ି ଚଳାଉ ଧରାପଡ଼ିଲେ ଜରିମାନା ଗଣିବେ ଚାଳକ । ଏନେଇ ସହରର କିଛି ଛକରେ ସଚେତନତା ଲାଗି ଫଳକ ଲଗାଯାଇଛି । ଆହୁରି ୧୫ ଛକରେ ଲାଗିବ ବୋଲି ହୋର୍ଡିଂ ଆସିଛି। ଘରୋଇ ସଂସ୍ଥା ପକ୍ଷରୁ ଗାଡ଼ି ଚଳାଇବା ସମୟରେ ଇଅରଫୋନ୍‌‌ ବ୍ୟବହାର ନ କରିବା ଲାଗି ଏଥିରେ ଉଲ୍ଲେଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.