Below header

ୟୁଟ୍ୟୁବରୁ ପାଠ ପଢି ଗରିବ ପୁଅ ଆଇଆଇଟିରେ ସଫଳ, ଆଗକୁ ପାଠ ପଢିବା ପାଇଁ ପାଖରେ ନାହିଁ ଅର୍ଥ

ଦୃଢ଼ ଇଚ୍ଛା ଶକ୍ତି ହିଁ ମଣିଷର ସବୁଠାରୁ ବଡ ସମ୍ପତି । ଯାହାକୁ ପ୍ରମାଣ କରିଛନ୍ତି ଜଣେ ଗରିବ ମୂଳିଆ ବାପାର ପୁଅ । ଦରିଦ୍ରତାର କଶାଘାତ ଭିତରେ ବହୁ ସଂଘର୍ଷ କରି ସଫଳ ପାଇଛନ୍ତି । ବହୁ କଷ୍ଟ କରି ଆଇଆଇଟିରେ ସଫଳତା ପାଇଛନ୍ତି ମାଲକାନଗିରି ଜିଲ୍ଲାର ଗରିବ ଛାତ୍ର- ପ୍ରକାଶ କୁମାର ବିଶୋଇ ।

ମାଲକାନଗିରି(କେନ୍ୟୁଜ): ଦୃଢ଼ ଇଚ୍ଛା ଶକ୍ତି ହିଁ ମଣିଷର ସବୁଠାରୁ ବଡ ସମ୍ପତି । ଯାହାକୁ ପ୍ରମାଣ କରିଛନ୍ତି ଜଣେ ଗରିବ ମୂଳିଆ ବାପାର ପୁଅ । ଦରିଦ୍ରତାର କଶାଘାତ ଭିତରେ ବହୁ ସଂଘର୍ଷ କରି ସଫଳ ପାଇଛନ୍ତି । ବହୁ କଷ୍ଟ କରି ଆଇଆଇଟିରେ ସଫଳତା ପାଇଛନ୍ତି ମାଲକାନଗିରି ଜିଲ୍ଲାର ଗରିବ ଛାତ୍ର- ପ୍ରକାଶ କୁମାର ବିଶୋଇ । ୟୁଟ୍ୟୁବରୁ ଶିକ୍ଷା ଗ୍ରହଣ କରି ଆଜି ସେ ଆଇଆଇଟିରେ ସଫଳତା ପାଇଛନ୍ତି ।

ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଦୋରାଗୁଡା଼ ଗ୍ରାମର କର୍ଣ୍ଣ ବିଶୋଇ ଓ ମନିରାଣୀ ବିଶୋଇ ବଡ଼ ହେଉଛନ୍ତି ପୁଅ ପ୍ରକାଶ କୁମାର ବିଶୋଇ । ପ୍ରକାଶ ତାଙ୍କର ଜୀବନରେ ବହୁ ସଂଘର୍ଷ ପରେ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୩ ହଜାର ରାଙ୍କ ରଖି ସଫଳତା ପାଇଛନ୍ତି । ଏହି ସଫଳତା ପାଇବା ପରେ ପ୍ରକାଶଙ୍କୁ ନିଜର ଶିକ୍ଷକ ଶିକ୍ଷୟିତ୍ରୀ ସାଙ୍ଗ ସାଥି ଓ ଗ୍ରାମବାସୀ ମାନେ ସଭିଏଁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରକାଶ ନିଜ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢିବା ପରେ ଉଦୁଲିବେଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଠାରୁ ସପ୍ତମ ପର୍ଯ୍ୟନ୍ତ ପାଠ ପଢିଥିଲେ । ଏହା ପରେ ଗଙ୍ଗଲା ଠାରେ ଥିବା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ,ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ସହିତ ୨୦୧୬ ମସିହାରେ ୧୦ମ ପରୀକ୍ଷାରେ ୭୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ବଳଦିଆଗୁଡା ସରକାରୀ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନରେ ପାଠ ପଢିଥିଲେ । ଯୁକ୍ତ-୨ ରେ ୬୫ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ +୩ରେ କୋରାପୁଟ ମହାବିଦ୍ୟାଳୟ ଠାରେ ପାଠ ପଢିଥିଲେ । ସେଠାରେ ୯୫ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ ।

success

ଘରେ ବାପା ରୋଗଗ୍ରସ୍ତ ଥିବାବେଳେ, ମା ମଧ୍ୟ ମାନସିକ ଅନଗ୍ରସର । ପ୍ରକାଶ ମାଥିଲି ଠାରେ ରହିବା ସହିତ ଗାଁକୁ ଯାଇ ଚାଷ କାମ କରିବା ଓ ମାଙ୍କୁ ମଧ୍ୟ ରୋଷେଇ କାର୍ଯ୍ୟରେ ସହଯୋଗ କରିଥାନ୍ତି । ପରେ ମାଥିଲି ଠାରେ ଛୋଟ ଛୋଟ ପିଲା ମାନଙ୍କୁ ନିଜେ ଟିୟୁସନ କରିବା ସହିତ ବଳଦିଆ ଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗଣିତ ଅଧ୍ୟାପିକା କଲ୍ୟାଣି ପୃଷ୍ଟିଙ୍କ ପ୍ରେରଣା ପାଇଁ ୟୁଟ୍ୟୁବରୁ ଆଇଆଇଟି ପାଇଁ ପ୍ରସ୍ତୁତ କରିଥିଲେ ।

ଏବେ ସେ ପ୍ରବେଶିକା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୩ ହଜାର ରାଙ୍କ ରଖି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । କିନ୍ତୁ ବାପା ରୋଗାଗ୍ରସ୍ତ ଓ ମା ମଧ୍ୟ ମାନସିକ ଅନଗ୍ରସର ହୋଇଥିବାରୁ ଏବେ ଆଗକୁ ପାଠ ପଢିବା ପାଇଁ ବହୁ ପଇସା ଆବଶ୍ୟକ ହେଉଛି । ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ସମ୍ପକୀର୍କୀୟ ଏବଂ ଗ୍ରାମ ଲୋକେ । ତେବେ ଦେଖିବାକୁ ବାକି ରହିଲା ସରକାରଙ୍କ ଦୃଷ୍ଟି ଏହି ଗରିବ ପିଲା ଉପରେ ପଡ଼ୁଛି ନା ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.