କର୍ଣ୍ଣାଟକ : ଖେଳୁ ଖେଳୁ ବୋରୱେଲରେ ଖସିପଡିଲା ଦେଢ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି
ଘର ପାଖରେ ଖେଳୁଥିବା ସମୟରେ ଦେଢ ବର୍ଷର ଶିଶୁ ଏକ ଖୋଲା ବୋରୱେଲରେ ଖସି ପଡିଛି । ଏହି ବୋରୱେଲ ୧୬ ଫୁଟ୍ ଗଭୀର ଥିବା ଜଣାପଡ଼ିଛି । ତେବେ ଏନ୍ଡିଆରଏଫ୍ ଟିମ୍ ଦ୍ୱାରା ଶିଶୁର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାଟି କର୍ଣ୍ଣାଟକର ଲାଚାୟନ ଗାଁରେ ଘଟିଛି ।

ବୋରୱେଲରେ ଫସିଛି କଅଁଳା ଜୀବନ । ଘର ପାଖରେ ଖେଳୁଥିବା ସମୟରେ ଦେଢ ବର୍ଷର ଶିଶୁ ଏକ ଖୋଲା ବୋରୱେଲରେ ଖସି ପଡିଛି । ଏହି ବୋରୱେଲ ୧୬ ଫୁଟ୍ ଗଭୀର ଥିବା ଜଣାପଡ଼ିଛି । ତେବେ ଏନ୍ଡିଆରଏଫ୍ ଟିମ୍ ଦ୍ୱାରା ଶିଶୁର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାଟି କର୍ଣ୍ଣାଟକର ଲାଚାୟନ ଗାଁରେ ଘଟିଛି ।
ପୋଲିସ କହିବା ମୁତାବକ, ପିଲାଟି ଘରୁ ଆସି ଖେଳୁଥିବା ବେଳେ ବୋରୱେଲରେ ଖସିପଡିଛି । ତେବେ ପିଲାଟି କାନ୍ଧୁଥିବା ଶୁଣି ତୁରନ୍ତ ପରିବାରକୁ ସୂଚନା ଦିଆଯାଇଥିଲା । ପିଲାଟିକୁ ଗତକାଲି ସନ୍ଧ୍ୟାରେ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । ୧୨ ଘଣ୍ଟାରୁ ଅଧିକ ସମୟ ହେଲାଣି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣା ସ୍ଥଳରେ ପୋଲିସ ଅଧିକାରୀ, ଅଗ୍ନିଶମ ସେବା ବାହିନୀ, ମେଡିକାଲ ଟିମ ଉପସ୍ଥିତ ରହିଛନ୍ତି । ପିଲାଟିକୁ ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।
#WATCH | Karnataka: A 1.5-year-old child fell into an open borewell in the Lachyan village of Indi taluk of the Vijayapura district. A rescue operation is underway. A medical team and an ambulance are kept ready on the spot. pic.twitter.com/KNn8skZ0eB
— ANI (@ANI) April 4, 2024
ଜଣେ ବରିଷ୍ଠ ଅଧିକାରଙ୍କ କହିବାନୁଯାୟୀ, ପିଲାକୁ ବଞ୍ଚାଇବା ପାଇଁ ଆଉ ଏକ ଗାତ ଖୋଳାଯାଇଛି । ପିଲାକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି । ଅକ୍ସିଜେନ ମଧ୍ୟ ପଠାଯାଇଛି । ଭିତରେ କିଛି ହଲଚଲ ଦେଖିବାକୁ ମିଳିଛି ବୋଲି ଜଣାପଡିଛି ।