ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ, ନାଳରେ ପଡ଼ି ଯୁବକ ମୃତ

ପୁଣି ଜୀବନ ନେଲା ମୁକୁଳା ଡ୍ରେନ୍ । ନାଳରେ ପଡ଼ି ଯୁବକ ମୃତ । କଟକ ନୂଆ ବଜାର ଅଞ୍ଚଳରେ ଘଟିଛି ଏହି ଘଟଣା । ମୃତକଙ୍କ ପରିଚୟ ମିଳିପାରିନାହିଁ। ମୃତ ଯୁବକ ଜଣଙ୍କ ରାଜମିସ୍ତ୍ରୀ କାମ କରୁଥିଲେ ବୋଲି ଜଣାଯାଇଛି। ତାଙ୍କ ଘର ଯାଜପୁର ଅଞ୍ଚଳରେ।

କଟକ (କେନ୍ୟୁଜ): ପୁଣି ଜୀବନ ନେଲା ମୁକୁଳା ଡ୍ରେନ୍ । ନାଳରେ ପଡ଼ି ଯୁବକ ମୃତ । କଟକ ନୂଆ ବଜାର ଅଞ୍ଚଳରେ ଘଟିଛି ଏହି ଘଟଣା । ମୃତକଙ୍କ ପରିଚୟ ମିଳିପାରିନାହିଁ। ମୃତ ଯୁବକ ଜଣଙ୍କ ରାଜମିସ୍ତ୍ରୀ କାମ କରୁଥିଲେ ବୋଲି ଜଣାଯାଇଛି। ତାଙ୍କ ଘର ଯାଜପୁର ଅଞ୍ଚଳରେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚିତଦନ୍ତ ଆରମ୍ଭ କରିଛି। ଆଜି ସକାଳୁ ଯୁବକ ଜଣଙ୍କ ଡ୍ରେନରେ ପଡ଼ି ଭାସୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁସାରେ କଟକ ନୁଆବଜାର ମହିମାନ ଗରରେ ଥିବା ମୁକୁଳା ନାଳରେ ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି। ଦୀର୍ଘ ମାସେ ତଳେ ଡ୍ରେନ ସ୍ଲାବ ଖୋଲି ଦେଇ ଠିକାଦାର ଛୁ ମାରିଛି। ଡ୍ରେନରେ ସ୍ଲାବ ପକାଇବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଡ଼ିନାହିଁ । ଫଳରେ ଏପରି ଦୁର୍ଘଟଣା ଘଟିଥିବ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।  ଘଟଣା ସ୍ଥଳରେ ସିଆର୍ ଆର୍ ଆଇ ଥାନା ପୋଲିସ ପହଞ୍ଚି ମୃତଦେହ କୁଉଦ୍ଧାର କରି ମେଡ଼ିକାଲ ପଠାଇଛି ।

 

 

 

You might also like