ତାଇଓ୍ଵାନ ପରେ ଥରିଲା ଜାପାନ, ୬.୩ ତୀବ୍ରତାର ଭୂକମ୍ପ ଝଟକା
ତାଇୱାନ୍ ପରେ ଭୂମିକମ୍ପ ଝଟକାରେ ଦୋହଲିଲା ଜାପାନ । ରିକ୍ଟର ସ୍କେଲରରେ ଭୂକମ୍ପର ତୀବ୍ରତା ୬.୦୩ ମାଗନିଚ୍ୟୁଡ୍ ରେକର୍ଡ଼ କରାଯାଇଛି । ତେବେ ଏନେଇ କ୍ଷୟକ୍ଷତି ବିଷୟରେ କିଛି ଜଣାପଡ଼ିନାହିଁ । ପୂର୍ବ ଉପକୂଳ ହନସୁ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

ସକାଳୁ ସକାଳୁ ଥରିଲା ଜାପାନ । ତାଇୱାନ୍ ପରେ ଭୂମିକମ୍ପ ଝଟକାରେ ଦୋହଲିଲା ଜାପାନ । ରିକ୍ଟର ସ୍କେଲରରେ ଭୂକମ୍ପର ତୀବ୍ରତା ୬.୦୩ ମାଗନିଚ୍ୟୁଡ୍ ରେକର୍ଡ଼ କରାଯାଇଛି । ତେବେ ଏନେଇ କ୍ଷୟକ୍ଷତି ବିଷୟରେ କିଛି ଜଣାପଡ଼ିନାହିଁ । ପୂର୍ବ ଉପକୂଳ ହନସୁ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଅବଶ୍ୟ ଭୂକମ୍ପ ପରେ ସୁନାମି ଆଲର୍ଟ ଦିଆଯାଇ ନାହିଁ । ଗୁରୁବାର ସ୍ଥାନୀୟ ସମୟ ସକାଳ ୯ଟାରେ ଭୂକମ୍ପ ଘଟିଛି। ଭୂକମ୍ପ ହେବାରୁ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ ।
ଜାପାନରେ ବୁଧବାର ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୬ ପାଖାପାଖି ଥିଲା ।
Earthquake of Magnitude:6.1, Occurred on 04-04-2024, 08:46:33 IST, Lat: 37.77 & Long: 141.70, Depth: 55 Km ,Location: Near East Coast of Honshu, Japan for more information Download the BhooKamp App https://t.co/LvFKYCTwiF @ndmaindia @Indiametdept @KirenRijiju @Dr_Mishra1966… pic.twitter.com/vNagJfyalx
— National Center for Seismology (@NCS_Earthquake) April 4, 2024
ସୂଚନାଯୋଗ୍ୟ, ଗତକାଲି ତାଇୱାନ ରାଜଧାନୀ ତାଇପେରେ ୭.୪ ତୀବ୍ରତାର ଭୂକମ୍ପ ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ ଜଣ ଆହତ ହୋଇଛନ୍ତି । ଭୂକମ୍ପ ପରେ ଓକିନାଓ୍ଵା ପ୍ରାନ୍ତ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଛି । ତେଣୁ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ହୁଆଲିନ ସହର । ଏକାଧିକ ସ୍ଥାନରେ ବଡ଼ ବଡ଼ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ଜୋରସୋରରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଘଟଣା ପରେ ଜାପାନରେ ସୁନାମୀ ଆଲର୍ଟ ଜାରି ହୋଇଛି। ସମୁଦ୍ରରେ ଦଶ ଫୁଟ ଉଚ୍ଚର ଜୁଆର ଆସିବା ଆଶଙ୍କା ରହିଛି ।