ହାତରୁ ମେହେନ୍ଦୀ ଛଡ଼ାଇବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ପରିଷ୍କାର ହୋଇଯିବ ହାତ

ଆଜିକାଲି ୪-୫ ଦିନ ବ୍ୟବଧାନରେ ନିର୍ବନ୍ଧ ଓ ବାହାଘର ହେଉଛି । ଏଭଳି ସ୍ଥିତିରେ ନିର୍ବନ୍ଧର ମେହେନ୍ଦୀ ବାହାଘର ବେଳକୁ ଛାଡ଼ି ନଥାଏ । ଫଳରେ କନ୍ୟା ଚିନ୍ତାରେ ପଡ଼ିଯାଏ । ତେବେ ଆଉ ଏଥିପାଇଁ ଚିନ୍ତା କରିବାକୁ ପଡ଼ିବନି । କାରଣ ଆଜି ଆମେ ଆପଣଙ୍କୁ ହାତରୁ ମେହେନ୍ଦୀ ଛଡ଼ାଇବାକୁ କିଛି ସହଜ ଉପାୟ ବିଷୟରେ ଜଣାଇବୁ, ଯାହା ହାତରୁ ସହଜରେ ମେହେନ୍ଦୀକୁ ଛଡ଼ାଇବାରେ ସହାୟକ ହେବ...

ସାଧାରଣତଃ ପାଖାପାଖି ବିବାହ କାର୍ଯ୍ୟକ୍ରମ ଥିଲେ ମେହେନ୍ଦୀ ଲଗାଇବା ଓ ଛଡ଼ାଇବା ଏକ ଚିନ୍ତାର କାରଣ ପାଲଟିଥାଏ । ଆଜିକାଲି ୪-୫ ଦିନ ବ୍ୟବଧାନରେ ନିର୍ବନ୍ଧ ଓ ବାହାଘର ହେଉଛି । ଏଭଳି ସ୍ଥିତିରେ ନିର୍ବନ୍ଧର ମେହେନ୍ଦୀ ବାହାଘର ବେଳକୁ ଛାଡ଼ି ନଥାଏ । ଫଳରେ କନ୍ୟା ଚିନ୍ତାରେ ପଡ଼ିଯାଏ । ବିବାହ ଜୀବନରେ ଥରେ ହେଉଥିବାରୁ ସବୁ ଝିଅ ମାନେ ଏହି ଦିନ ଅଧିକ ସୁନ୍ଦର କରି ମେହେନ୍ଦୀ ପାଚୁ ବୋଲି ଚାହିଁଥାନ୍ତି । ଏମିତିରେ ଯଦି ପୁରୁଣା ମେହେନ୍ଦୀ ଛାଡ଼ି ନ ଥିବ ତେବେ ହାତ ଅସୁନ୍ଦର ଦିଶିବା ସ୍ୱାଭାବିକ କଥା । ତେବେ ଆଉ ଏଥିପାଇଁ ଚିନ୍ତା କରିବାକୁ ପଡ଼ିବନି । କାରଣ ଆଜି ଆମେ ଆପଣଙ୍କୁ ହାତରୁ ମେହେନ୍ଦୀ ଛଡ଼ାଇବାକୁ କିଛି ସହଜ ଉପାୟ ବିଷୟରେ ଜଣାଇବୁ, ଯାହା ହାତରୁ ସହଜରେ ମେହେନ୍ଦୀକୁ ଛଡ଼ାଇବାରେ ସହାୟକ ହେବ…

– ହାତରୁ ମେହେନ୍ଦୀ ଛଡ଼ାଇବା ପାଇଁ ହ୍ୟାଣ୍ଡ କ୍ଲିନ୍‌ଜର ବ୍ୟବହାର କରିପାରିବେ । ଏଥିରେ ବାରମ୍ବାର ହାତ ଧୋଇଲେ ମେହେନ୍ଦୀ ସହଜରେ ଛାଡ଼ିଯାଏ । ଏଥିସହ ହାତ ବି ଶୁଷ୍କ ହୁଏ ନାହିଁ ।

– ମେହେନ୍ଦୀ ଛଡ଼ାଇବା ପାଇଁ ସାନିଟାଇଜର ମଧ୍ୟ ବ୍ୟବହାର କରିପାରିବେ । ଏଥିରେ ଆଲକହଲ ଥାଏ, ଯାହା ମେହେନ୍ଦୀକୁ ଶୀଘ୍ର ଛଡ଼ାଇବାରେ ସାହାଯ୍ୟ କରେ ।

-ହାତରୁ ମେହେନ୍ଦୀ ଛଡ଼ାଇବା ପାଇଁ ଫେସ୍‌ସ୍କ୍ରବ୍‌ ମଧ୍ୟ ବ୍ୟବହାର କରିପାରିବେ । ଏଥିରେ ଥିବା ସ୍କ୍ରବିଂ ପାର୍ଟିକଲ ତ୍ୱଚାରୁ ମେହେନ୍ଦୀକୁ ସହଜରେ ଛଡ଼ାଇଦିଏ ।

-ମେହେନ୍ଦୀର ଦାଗ ଲିଭାଇବା ପାଇଁ ବେକିଂ ସୋଡ଼ା ଅନ୍ୟତମ ସର୍ବୋତ୍ତମ ଉପାୟ । ହାତକୁ ସାମାନ୍ୟ ଓଦା କରି ତା’ ଉପରେ ୧ ଚାମଚ ବେକିଂ ସୋଡ଼ା ନେଇ ହାଲ୍‌କା ହାତରେ ଘଷନ୍ତୁ । ତା’ପରେ ହାତ ଧୋଇ ଦିଅନ୍ତୁ। ମେହେନ୍ଦୀ ଆରାମରେ ଛାଡ଼ି ଯିବ ।

mehendi

– ଟମାଟୋକୁ ମଧ୍ୟ ମେହେନ୍ଦୀ ଛଡ଼ାଇବା ପାଇ ବ୍ୟବହାର କରିପାରିବେ । ଏହା ମେହେନ୍ଦୀ ଛଡ଼ାଇବାରେ ଜଲଦି କାମ କରେ ।

-ନଡ଼ିଆ ତେଲରେ ଅଳ୍ପ ଚିନି ମିଶାଇ ମେହେନ୍ଦୀ ଲଗା ହାତରେ ଘଷନ୍ତୁ । ଦେଖିବେ ମେହେନ୍ଦୀ ଛାଡ଼ିଯିବ ।

– ମେହେନ୍ଦୀ ଦାଗ ଛଡ଼ାଇବାରେ ଲେମ୍ବୁ ମଧ୍ୟ ଭଲ କାମ କରେ । ଏଥିପାଇଁ ଅଳ୍ପ ଲେମ୍ବୁ ରସ ନେଇ ମେହେନ୍ଦୀ ଲଗା ହାତରେ ଘଷନ୍ତୁ । ଦେଖିବେ ସବୁ ଦାଗ ଛାଡ଼ିଯିବ ।

-ହାତରୁ ମେହେନ୍ଦୀ ଛଡ଼ାଇବାକୁ ଟୁଥ୍‌ପେଷ୍ଟ ମଧ୍ୟ ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.