AAI ଚାକିରି : ଜୁନିଅର ଏଗଜିକ୍ୟୁଟିଭ ପଦବୀ ପାଇଁ ଭର୍ତ୍ତି, ଦରମା ମାସକୁ ଦେଢ ଲକ୍ଷ ଟଙ୍କା
ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ୪୯୦ ଜୁନିଅର ଏଗଜିକ୍ୟୁଟିଭ ପଦବୀ ଖାଲିପଡିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଏଏଆଇର ଅଫିସିଆଲ ୱେବସାଇଟକୁ ଯାଇ ଫର୍ମ ପୂରଣ କରିପାରିବେ ।
ଗ୍ରାଜୁଏସନ ପାସ୍ କରିଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ୪୯୦ ଜୁନିଅର ଏଗଜିକ୍ୟୁଟିଭ ପଦବୀ ଖାଲିପଡିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଏଠାରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଏଏଆଇର ଅଫିସିଆଲ ୱେବସାଇଟକୁ ଯାଇ ଫର୍ମ ପୂରଣ କରିପାରିବେ । aai.aero. କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୪୯୦
ଆର୍କିଟେକ୍ଚର, ଇଂଜିନିୟର-ସିଭିଲ, ଇଂଜିନିୟର-ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଆଇଟି ।
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ମଇ ୧, ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ ଏମସିଏ କିମ୍ବା ସମ୍ବନ୍ଧୀୟ ବ୍ରାଞ୍ଚରେ ଇଂଜିନିୟରିଂ କରିଥିବା ଜରୁରୀ । ଏହାସହିତ ଗେଟ୍ ପାସ୍ କରିବାକୁ ହେବ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୭ ବର୍ଷ ହେବା ଜରୁରୀ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଗେଟ ସ୍କୋର ଏବଂ କ୍ୱାଲିଫାଇଂ ପରୀକ୍ଷା ମାର୍କ ଆଧାରରେ ହେବ । ଏହି ଆଧାରରେ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ଡକାଯିବ ।
ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ୩୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସଂରକ୍ଷିତ ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୪୦ ହଜାରରୁ ଆରମ୍ଭ କରି ୧,୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।