ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ: ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ିଛି କଟକ ଏସସିବି ମେଡିକାଲ

ପ୍ରଥମ ଲିଭର ଟ୍ରାନ୍‌ସପ୍ଲାଣ୍ଟ୍‌ରେ ଇତିହାସ ରଚିଛି କଟକ ଏସସିବି ମେଡିକାଲ । ଏବେଠାରୁ କଟକ ଏସସିବି ମେଡିକାଲରେ ଆରମ୍ଭ ହେଲା ଲିଭର ଟ୍ରାନସପ୍ଲାଣ୍ଟ । ଦୀର୍ଘ ୧୦ ବର୍ଷର ଅପେକ୍ଷା ପରେ ଏସସିବି ମେଡିକାଲର ଟ୍ରମା ବିଲଡିଂର ସ୍ବତନ୍ତ୍ର ମୋଡୁଲାର ଓଟିରେ ଆରମ୍ଭ ହେଲା ଲିଭର ଟ୍ରାନସପ୍ଲାଣ୍ଟ ପ୍ରକ୍ରିୟା ।

ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ିଛି କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ । କଟକ ଏସସିବି ବଡ଼ ମେଡିକାଲକୁ ମିଳିଲା ବଡ ସଫଳତା ପ୍ରଥମ ଥର ପାଇଁ କରାଗଲା ଲିଭର ଟ୍ରାନସପ୍ଲାଣ୍ଟ । ଏବେ ଲିଭର ଟ୍ରାନସପ୍ଲାଣ୍ଟ ପାଇଁ ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ । ଏଣିକି ନିଃଶୁକ୍ସରେ କଟକ ଏସସିବି ବଡ ମେଡିକାଲ୍‌ରେ କରାଯିବ ଲିଭର୍ ଟ୍ରାନସପ୍ଲାଣ୍ଟ । ଦୀର୍ଘ ୧୦ ବର୍ଷ ଧରି ଲିଭର୍ ପ୍ରତିରୋପଣ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱରେ ପଡିଛି ପୂଣ୍ଣଚ୍ଛେଦ । ଗତକାଲି ଏସ୍‌ସିବିରେ ପ୍ରଥମ ଥର ପାଇଁ ଲିଭର୍ ପ୍ରତିରୋପଣ ସଫଳ ହୋଇଛି ବୋଲି ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ପ୍ରଥମ ଲିଭର ଟ୍ରାନ୍‌ସପ୍ଲାଣ୍ଟ୍‌ରେ ଇତିହାସ ରଚିଛି କଟକ ଏସସିବି ମେଡିକାଲ ।

ଏବେଠାରୁ କଟକ ଏସସିବି ମେଡିକାଲରେ ଆରମ୍ଭ ହେଲା ଲିଭର ଟ୍ରାନସପ୍ଲାଣ୍ଟ । ଦୀର୍ଘ ୧୦ ବର୍ଷର ଅପେକ୍ଷା ପରେ ଏସସିବି ମେଡିକାଲର ଟ୍ରମା ବିଲଡିଂର ସ୍ବତନ୍ତ୍ର ମୋଡୁଲାର ଓଟିରେ ଆରମ୍ଭ ହେଲା ଲିଭର ଟ୍ରାନସପ୍ଲାଣ୍ଟ ପ୍ରକ୍ରିୟା । ଗତକାଲି କଟକ ତିଗିରିଆ ଅଞ୍ଚଳର ଜଣେ ପୁରୁଷଙ୍କ ଠାରେ ତାଙ୍କ ସ୍ତ୍ରୀଙ୍କ ଠାରୁ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଛି । ରୋଗୀ ସଂକ୍ରାନ୍ତୀୟ ଅଧିକ ତଥ୍ୟ ମେଡିକାଲ୍ କର୍ତ୍ତୃପକ୍ଷ ସାର୍ବଜନୀନ କରିନାହାନ୍ତି ଏବଂ ଏନେଇ ପ୍ରାୟ ସମସ୍ତ ସୂଚନା ଗୁପ୍ତ ରଖାଯାଇଛି ।

ମଙ୍ଗଳବାର ସନ୍ଧ୍ୟାରେ ପ୍ରତିରୋପଣ ଅପେକ୍ଷାରେ ଥିବା ଲିଭର୍ ରୋଗୀ ଓ ଯକୃତ ଦାତାଙ୍କ ସହ ଏକ ଆଲୋଚନା ମଧ୍ୟ କରାଯାଇଥିଲା । ପ୍ରଥମ ଥର ପାଇଁ ଏଭଳି ଜଟିଳ ଅସ୍ତ୍ରୋପଚାର ହେଉଥିବାରୁ ଉଭୟଙ୍କୁ ମାନସିକ ଚାପରୁ ମୁକ୍ତ ରଖିବାକୁ ପ୍ରାଥମିକତା ଦିଆଯାଇଥିଲା । ସେହିପରି ସେଣ୍ଟ୍ରାଲ୍ ଆଇସିୟୁ କୋଠାରେ ଥିବା ମଡ୍ୟୁଲାର୍ ଓଟିକୁ ଯାଞ୍ଚ କରାଯିବା ସହ ପ୍ରତିରୋପଣ ନିମନ୍ତେ ସମସ୍ତ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ଏଆଇଜିର ଡାକ୍ତରୀ ଟିମ୍ ।

ଏସିଆନ ଇନଷ୍ଟିଚୁ୍ୟଟ ଅଫ ଗ୍ୟାଷ୍ଟୋଲୋଜି ହାଇଦ୍ରାବାଦ ସହ ଏସସିବିର ଚୁକ୍ତି ହେବା ପରେ ଏଆଇଜିର ଏକ ୯ ଜଣିଆ ଡାକ୍ତରୀ ଟିମ୍ ସହ ଏସସିବି ମେଡିକାଲର ଡାକ୍ତରମାନେ ମିଳିତଭାବେ ଏହି ପ୍ରତିରୋପଣ ଅପରେସନ କରିଛନ୍ତି । ଏଆଇଜି ହାଇଦ୍ରାବାଦର ନିର୍ଦେଶକ ଡାକ୍ତର ପି ବାଲଚନ୍ଦ୍ରନଙ୍କ ନେତୃତ୍ବରେ ଏକ ୯ ଜଣିଆ ଡାକ୍ତରୀ ଟିମ୍ ଆସି ଏସସିବି ମେଡିକାଲରେ ପହଞ୍ଚିଲା ପରେ ଏହି ଟ୍ରାନସପ୍ଲାଣ୍ଟ କରାଯାଇଥିଲା । ସକାଳ ୮ ଠାରୁ ଦିନ ଚାରିଟା ପର୍ଯ୍ୟନ୍ତ ଦୀର୍ଘ ଆଠ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା ।

ଏବେ ଦୁଇ ଦମ୍ପତିଙ୍କ ଅବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଏସସିବି ଅଧୀକ୍ଷକ । ତେବେ ଭାରତ ବର୍ଷରେ ଏହି ବିରଳ ପ୍ରତିରୋପଣ ଚିକିତ୍ସା ଏବେ କଟକରେ ମାଗଣାରେ ମିଳିବାକୁ ଥିବାରୁ ରୋଗୀଙ୍କ ମନରେ ନୂଆ ଆଶାର ସଞ୍ଚାର ହୋଇଛି । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଅନେକ ରେକର୍ଡର ଅଧିକାରୀ ହୋଇଛି ଏସସିବି । ତେବେ ଆଜି ଲିଭର ପ୍ରତିରୋପଣ ଅପରେସନ ଆରମ୍ଭ ହେବା ପରେ ଏହା ଓଡିଶା ପାଇଁ ଏକ ସ୍ବତନ୍ତ୍ରତା ବୋଲି କହିଲେ ଅତୁକ୍ତି ହେବନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.