Below header

ଶାଢି କର୍କଟ ! ଭାରତରେ ଦ୍ରୁତ ଗତିରେ ବଢୁଛି ଏହି ରୋଗୀଙ୍କ ସଂଖ୍ୟା, ଜାଣନ୍ତୁ ଏହାର କାରଣ

ଶାଢି ପିନ୍ଧିବା ଦ୍ୱାରା ସ୍କ୍ୱାମୋସ୍ ସେଲ୍ କାରସିନୋମା (SCC) ହେବାର ଆଶଙ୍କା ବଢିଥାଏ । ଏହି ପ୍ରକାର କର୍କଟ ଭାରତୀୟ ମହିଳାଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ଶାଢି କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

ଶାଢି ଭାରତୀୟ ସଂସ୍କୃତି ସହିତ କାହିଁ କେଉଁ କାଳରୁ ଜଡିତ । ଏଠାକାର ମହିଳାମାନେ ଯେକୌଣସି ପାର୍ଟୀ, ଫଙ୍କସନ୍, ପର୍ବ, ପୂଜା ଅବସରରେ ଶାଢି ପିନ୍ଧିଥାବୁ ଖୁବ୍ ପସନ୍ଦ କରିଥାନ୍ତି । ଶାଢି କେବଳ ଭାରତରେ ସୀମିତ ନୁହେଁ, ଆଜି ଏହା ସାରା ବିଶ୍ୱରେ ପରିଚିତ । ଏହାକୁ ବିଭିନ୍ନ ଦେଶର ଲୋକେ ବି ପରିଧାନ କରିବାକୁ ଭଲ ପାଉଛନ୍ତି ।

ଶାଢି କେବଳ ପାରମ୍ପାରିକ ଢଙ୍ଗରେ ନୁହେଁ, ବିଭିନ୍ନ ଶୈଳୀରେ ମଧ୍ୟ ପିନ୍ଧାଯାଇଥାଏ । କିନ୍ତୁ ଯଦି ଆପଣ ଜାଣିବାକୁ ପାଆନ୍ତି କି ଶାଢି ପିନ୍ଧିବା ଫଳରେ କର୍କଟ ରୋଗର ଆଶଙ୍କା ବଢିଥାଏ, ତେବେ ଏହି ଖବର ଆପଣଙ୍କୁ ନିହାତୀ ଦୁଃଖ ପହଁଚାଇପାରେ । ଭାରତୀୟ ମହିଳାମାନେ ଯେପରି ଶାଢି ପିନ୍ଧୁଛନ୍ତି, ଯେଉଁଥିପାଇଁ ସେମାନେ କର୍କଟ ଭଳି ଗୁରୁତର ରୋଗର ସମ୍ମୁଖୀନ ହେଉଛନ୍ତି । ଶାଢି ବ୍ୟତୀତ ଅନ୍ୟ ପୋଷାକ ପିନ୍ଧିବା ମଧ୍ୟ କର୍କଟ ଭଳି ଗମ୍ଭୀର ରୋଗର ଆଶଙ୍କା ବଢାଇଥାଏ ।

ଶାଢି କର୍କଟ କ’ଣ?

ଶାଢି ପିନ୍ଧିବା ଦ୍ୱାରା ସ୍କ୍ୱାମୋସ୍ ସେଲ୍ କାରସିନୋମା (SCC) ହେବାର ଆଶଙ୍କା ବଢିଥାଏ । ଏହି ପ୍ରକାର କର୍କଟ ଭାରତୀୟ ମହିଳାଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ଶାଢି କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ପ୍ରକାଶିତ ଏକ ଖବର ଅନୁଯାୟୀ, ଏସସିପିଏମ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲର କର୍କଟ ବିଶେଷଜ୍ଞ ଡକ୍ଟର ସୁଦୀପ କହିଛନ୍ତି ଯେ, ଭାରତର ବିଭିନ୍ନ ଗାଁରେ ରହୁଥିବା ମହିଳାମାନେ ବର୍ଷସାରା ଶାଢି ପିନ୍ଧିଥାନ୍ତି । ଶାଢି ପିନ୍ଧି ପିନ୍ଧି ଅଣ୍ଟାରେ ଚିହ୍ନ ହୋଇଯାଇଥାଏ ।

ଶାଢି ପାଇଁ ପ୍ରଥମେ ସାୟା ପିନ୍ଧିବାକୁ ପଡୁଥିବାରୁ ତାହାର ଫିତାର ଅଣ୍ଟାରେ ପଡିଯାଇଥାଏ । ଯେଉଁଥିପାଇଁ ଅଣ୍ଟାରେ ଏକ କଳା ଚିହ୍ନ ଦେଖାଯାଏ । ଏହି ଚିହ୍ନ ଶେଷରେ ଚର୍ମ କର୍କଟରେ ପରିଣତ ହୁଏ । ଅତ୍ୟଧିକ ଉତ୍ତାପରେ ରହୁଥିବା ମହିଳାମାନଙ୍କ କ୍ଷେତ୍ରରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଏହି ରୋଗ ବିହାର ଏବଂ ଝାଡଖଣ୍ଡର ମହିଳାମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।

କାଶ୍ମୀରୀ କାଙ୍ଗ୍ରି ପୋଷାକ ଏବଂ ଟାଇଟ୍ ଜିନ୍ସ ମଧ୍ୟ କର୍କଟ ରୋଗର କାରଣ ହୋଇଥାଏ:

କାଶ୍ମୀରରେ ଲୋକମାନେ କାଙ୍ଗ୍ରି କପଡ଼ା ପରିଧାନ କରିଥାନ୍ତି, ଏହା ଚର୍ମରେ ଉତ୍ତାପ ସୃଷ୍ଟି କରିଥାଏ । ଯାହା ଚର୍ମ କର୍କଟ ହେବାର ଆଶଙ୍କା ବଢାଇଥାଏ । ଏହା ସହିତ, ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା କର୍କଟ ଭଳି ଗୁରୁତର ରୋଗ ହେବାର ଆଶଙ୍କା ରହିଥାଏ ।

କିପରି ଆମେ ନିଜକୁ ବଞ୍ଚାଇ ପାରିବା :

କର୍କଟ ଭଳି ଗମ୍ଭୀର ରୋଗରୁ ରକ୍ଷା ପାଇବା ପାଇଁ, ପ୍ରଥମେ ନିଜ ଜୀବନଶୈଳୀକୁ ଠିକ୍ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ । ଏକ ସୁସ୍ଥ, ସୁନ୍ଦର ଜୀବନଶୈଳୀରେ ବଞ୍ଚିବାକୁ ହେବ । ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ନ ବସି ଚଳପ୍ରଚଳ ହେବା ଶରୀର ପାଇଁ ଭଲ । ଆପଣ ଯେତେ ଫୁର୍ତ୍ତି ରହିବେ , ଏହା ଆପଣଙ୍କ ଶରୀର ପାଇଁ ଅଧିକ ଲାଭଦାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.