ପୋଲିସକୁ କାମୁଡ଼ି ଚମ୍ପଟ ମାରିଲା ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ, ବହୁ ଦିନ ଧରି ଥିଲା ଫେରାର

ପୋଲିସକୁ କାମୁଡ଼ି ଚମ୍ପଟ ମାରିଲା ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ। ଅଭିଯୁକ୍ତ ଜଣଙ୍କ ହେଲେ ରାମଚନ୍ଦ୍ରପୁର ବାତୋ ପଞ୍ଚାୟତ କରଡ଼ାପାଳ ଗାଁରେ ପ୍ରଦୂଷ ବରାଳ।

ଆନନ୍ଦପୁର (କେନ୍ୟୁଜ): ପୋଲିସକୁ କାମୁଡ଼ି ଚମ୍ପଟ ମାରିଲା ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ। ଅଭିଯୁକ୍ତ ଜଣଙ୍କ ହେଲେ ରାମଚନ୍ଦ୍ରପୁର ବାତୋ ପଞ୍ଚାୟତ କରଡ଼ାପାଳ ଗାଁରେ ପ୍ରଦୂଷ ବରାଳ।

ସୂଚନା ଅନୁସାରେ ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ମାମଲାରେ ଦୀର୍ଘଦିନ ଧରି ଫେରାର ଥିଲା ପ୍ରଦୂଷ । ପ୍ରଦୂଷ ବରାଳଙ୍କ ନାମରେ ୩୦୭ ଧାରା ରେ ମକୋଦମା ହୋଇଥିଲା । ବହୁ ଦିନ ଧରି ସେ ଫେରାର ଥିବାବେଳେ ଗତକାଲି ଗାଁକୁ ଆସିଥିବା ଖବର ପାଇ ସାଈକୂଳ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝୀ ଗିରଫ କରିବା ପାଇଁ ଚଢ଼ାଉ କରି କାବୁ କରିଥିଲେ। ଗିରଫ କରି ନେବା ସମୟରେ ପ୍ରଥମେ ପୋଲିସକୁ ଆକ୍ରମଣ କରିଥିଲା ପ୍ରଦୂଷ । ପରେ ପୋଲିସର ଡାହାଣ ହାତକୁ କାମୁଡ଼ି ରକ୍ତାକ୍ତ କରି ଖସିଯାଇଥିଲା । ଅଭିଯୁକ୍ତ ଫେରାର ହୋଇଯିବା ପରେ ପ୍ରଦୂଷର ମା’ ଛବିଲତା ବରାଳଙ୍କୁ ରାମଚନ୍ଦ୍ରପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତର କୌଣସି ପତ୍ତା ମିଳିନାହିଁ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.